30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଚାନ୍ଦିପୁରରୁ ଲ୍ୟାଣ୍ଡ୍ ଆଟାକିଂ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ

ଚାନ୍ଦିପୁରରୁ ଲ୍ୟାଣ୍ଡ୍ ଆଟାକିଂ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଚାନ୍ଦିପୁରରୁ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସଫଳ ହେବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଆଉ ଏକ ବଡ଼ ଉପଲବ୍ଧି ବୋଲି ବିବେଚନା କରାଯାଉଛି। ମଙ୍ଗଳବାର ଓଡ଼ିଶା ଉପକୂଳ ବାଲେଶ୍ୱରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍ (ଆଇଟିଆର)ରୁ ଏକ ମୋବାଇଲ୍ ଲଞ୍ଚର ବ୍ୟବହାର ପୂର୍ବକ ଲଙ୍ଗ୍ ରେଞ୍ଜ୍ (ଦୀର୍ଘ ଦୂରତା ସମ୍ପନ୍ନ) ଲ୍ୟାଣ୍ଡ୍ ଆଟାକ୍ କ୍ରୁଜ୍ ମିସାଇଲ୍ (ଏଲ୍‌ଆରଏଲ୍‌ଏସିଏମ୍‌)ର ପ୍ରଥମ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ, ସମସ୍ତ ବୈଷୟିକ ତଥା ଯାନ୍ତ୍ରିକ ଉପକରଣ ଆଶାନୁରୂପ ପ୍ରଦର୍ଶନ କରିଥିଲେ ଏବଂ ପ୍ରାଥମିକ ମିଶନ ଲକ୍ଷ୍ୟ ପୂରଣ କରିଥିଲେ। ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତାକୁ ଆଇଟିଆର ପକ୍ଷରୁ ବିଭିନ୍ନ ସ୍ଥାନରେ ନିୟୋଜିତ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରି ସମେତ ଅନେକ ରେଞ୍ଜ ସେନ୍ସର ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ପଏଣ୍ଟ ନେଭିଗେସନ୍ ବ୍ୟବହାର କରି ଇପ୍ସିତ ମାର୍ଗ ଅନୁସରଣ କରିଥିଲା ଏବଂ ବିଭିନ୍ନ ଉଚ୍ଚତା ଏବଂ ବେଗରେ ଗତି କରିବାର କ୍ଷମତା ପ୍ରଦର୍ଶନ କରିଥିଲା। ପ୍ରକାଶ, ଏହା ଏକ ଜାହାଜ ନିରୋଧୀ ବ୍ୟାଲେଷ୍ଟିକ୍ କ୍ରୁଜ୍ କ୍ଷେପଣାସ୍ତ୍ର, ଯାହାର କ୍ଷମତା ୧ ହଜାର କିଲୋମିଟର ରହିଛି। ଅର୍ଥାତ୍ ଏହି କ୍ଷେପଣାସ୍ତ୍ର ୧ ହଜାର କିଲୋମିଟର ଦୂରରୁ ଅଧିକ ଦୂରତାରେ ଥିବା ଯୁଦ୍ଧ ଜାହାଜ ଏବଂ ବିମାନବାହୀ ଜାହାଜକୁ ଟାର୍ଗେଟ୍ କରିବାରେ ସକ୍ଷମ। ଏହି କ୍ଷେପଣାସ୍ତ୍ରରେ ଉନ୍ନତ ଏବଂ ବିଶ୍ୱସନୀୟ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଆଭିଓନିକ୍ସ ଏବଂ ସଫ୍ଟୱେୟାର ମଧ୍ୟ ରହିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking