28.1 C
Bhubaneswar
Tuesday, May 5, 2026
Homeଓଡିଶାଜୀବନ ନେଇଗଲା ଟ୍ରେଡିଂ ଆପ

ଜୀବନ ନେଇଗଲା ଟ୍ରେଡିଂ ଆପ

ଝାରସୁଗୁଡା : ରୋଜଗାର ପାଇଁ କେନ୍ଦ୍ରାପଡାରୁ ଝାରସୁଗୁଡା ଯାଇଥିଲେ ।  ଟଙ୍‌କା ରୋଜଗାର କରି ପରିବାର ପୋଷଣ କରିବେ ବୋଲି ବାପା , ମା ଆଶା ରଖିଥିଲେ ।  ହେଲେ ଅଧିକ ରୋଜଗାର ଆଶାରେ ପୁଅ ଟ୍ରେଣ୍ଡିଂ ଆପରେ ଟଙ୍କା ଲଗାଇଥିଲେ ।  ଲକ୍ଷାଧିକ ଟଙ୍କାର କରଜରୁ ମୁକୁଳି ପାରିନଥିଲେ ।  ଆଉ ଶେଷରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ । ଏଭଳି ଏକ ଲୋମଟାଙ୍କୁରା ଘଟଣା   ଝାରସୁଗୁଡା ଘଟିଛି ।ଷ୍ଟେସନରୁ  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।  ମୃତକ ହେଲେ ୩୧ ବର୍ଷୀୟ ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ାସ୍ଥିତ  ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାମ କରୁଥିଲେ। ତାଙ୍କ ଘର କେନ୍ଦ୍ରାପଡ଼ା (ଓରାଡି) ଲଙ୍କାପଡ଼ାରେ ବୋଲି ଜଣାଯାଇଛି। ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜୀବନ ହାରିବା ପୂର୍ବରୁ ସେ ଛାଡ଼ି ଯାଇଥିବା ସୁଇସାଇଡ ନୋଟରେ ଲେଖିଛନ୍ତି, ‘ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ବି ଜାଣି ହେଲାନି। ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହସ ନାହିଁ । ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି। ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ । ତାହା ମୁଁ ସହି ପାରି ନ ଥାନ୍ତି। ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲି ଯାଉଛି । ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି। କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା । ଏତିକି ଅନୁରୋଧ ମତେ କ୍ଷମା କରିଦେବ।’
ଏହାପରେ ସେ ଝାରସୁଗୁଡ଼ା ରେଳ ଷ୍ଟେଶନରୁ କିଛି ଦୂରରେ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ପୁଅ କରିଥିବା ମେସେଜ୍ ପାଇବା ପରେ ଅଚ୍ୟୁତାନନ୍ଦଙ୍କ ପିତା ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ପୁଲିସ୍ ଓ ରେଳବାଇ ପୁଲିସ୍ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking