23.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଫେସବୁକ୍‌ରେ ପୋଷ୍ଟ କରି ଅଡ଼ୁଆରେ ଦମ୍ପତି

ଫେସବୁକ୍‌ରେ ପୋଷ୍ଟ କରି ଅଡ଼ୁଆରେ ଦମ୍ପତି

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଘଟିଛି ଏକ ନିଆରା ଘଟଣା। ଏକ ଦମ୍ପତି ଫେସବୁକରେ ନିଜ ବାଲକୋନୀରେ ଥିବା ଫୁଲ ଗଛ ଗୁଡ଼ିକର ଭିଡ଼ିଓ ପୋଷ୍ଟ କରିଥିଲେ, ଏହାପରେ ସେ ମୁସ୍କିଲରେ ପଡ଼ି ଯାଇ ଥିଲେ। ଯେମିତି ପୋଲିସକୁ ତାଙ୍କର କାରନାମା ବିଷୟରେ ଜଣାପଡ଼ିଲା, ପୂରା ଟିମ୍‌ ସହ ପୁଲିସ ଆସି ତାଙ୍କ ଘରେ ରେଡ୍‌ କରିବା ସହ ତାଙ୍କୁ ଗିରଫ କରିଥିଲା। ପୁଲିସକୁ ପଚରାପଚରି ବେଳେ ଜଣାପଡ଼ିଥିଲା ଯେ, ସିକ୍କିମର ମୂଳ ବାସିନ୍ଦା ଏହି କପଲ ଗତ ଦୁଇ ବର୍ଷରୁ ବେଙ୍ଗାଲୁରୁରେ ରହୁଛନ୍ତି। ସେ ଏକ ଲୋକାଲ ରେଷ୍ଟୁରାଣ୍ଟ ମଧ୍ୟ ଚଲାନ୍ତି। ପୋଲିସ୍ ଦ୍ୱାରା ତାଙ୍କର ଗିରଫଦାରୀର କାରଣ ମଧ୍ୟ ସାମନାକୁ ଆସିଛି। ପୋଲିସ୍ ଅଧିକାରୀଙ୍କ କହିବାନୁସାରେ, ସିକ୍କିମର ନାମଚିରେ ରହୁଥିବା ୩୭ ବର୍ଷିୟ ସାଗର ଗୁରୁଙ୍ଗ ଓ ତାଙ୍କର ୩୮ ବର୍ଷିୟ ପତ୍ନୀ ଉର୍ମିଳା କୁମାରୀ ଦୁଇ ବର୍ଷ ହେବ ସଦାଶିବ ନଗରର ଏମଏସଆର ନଗର ଅଞ୍ଚଳରେ ରହୁଛନ୍ତି। ଉର୍ମିଳା କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ଅଛନ୍ତି ଏବଂ ସେ ତାଙ୍କ ଘରର ବଗିଚାରେ ଥିବା ବିଭିନ୍ନ ପ୍ରକାରର ଗଛ ଲତା ଲଗେଇବା ଓ ଏହାର ଭିଡ଼ିଓ ପୋଷ୍ଟ କରିବାକୁ ଖୁବ ଭଲ ପାଉଥିଲେ। ଦ ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଅନୁସାରେ, ଉର୍ମିଳାଙ୍କ ଦ୍ୱାରା ଫେସବୁକ୍‌ରେ ପୋଷ୍ଟ କରାଯାଇ ଥିବା ଭିଡ଼ିଓରେ ଗଞ୍ଜେଇ ଗଛ ବି ସାମିଲ ଥିଲା। ଅଧିକାରୀଙ୍କ କହିବାନୁସାରେ, କପଲ ବଡ଼ ସ୍ତରରେ ଏହି କାମ କରୁଥିଲେ , ସମ୍ଭବତଃ ବିକ୍ରିବା ପାଇଁ ସେ ଗଞ୍ଜେଇର ଚାଷ କରିଥିଲେ । ପୁଲିସ ସ୍ପଷ୍ଟ କରିଛନ୍ତି କି ଫଟୋରେ ୧୮ ଅକ୍ଟୋବରରେ ଅପଲୋଡ୍‌ କରାଯାଇଥିଲା। ଗିରଫଦାରୀ ପରେ ଦମ୍ପତିକୁ ଥାନାରୁ ଖୁବ୍‌ ଶୀଘ୍ର ଜାମିନ୍‌ ମଧ୍ୟ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking