30.1 C
Bhubaneswar
Thursday, November 14, 2024
Homeଦେଶ ବିଦେଶଓବିସିଙ୍କ ଏକତା ଭାଙ୍ଗିବାକୁ ଚାଁହୁଛନ୍ତି କଂଗ୍ରେସ ଓ ଏହାର ସହଯୋଗୀ

ଓବିସିଙ୍କ ଏକତା ଭାଙ୍ଗିବାକୁ ଚାଁହୁଛନ୍ତି କଂଗ୍ରେସ ଓ ଏହାର ସହଯୋଗୀ

ରାଞ୍ôଚ: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନକୁ ନେଇ ଏବେ ପ୍ରଚାର ଅଭିଯାନ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ଆଜି ଝାଡ଼ଖଣ୍ଡର ବୋକାରୋ ଏବଂ ଗୁମ୍‌ଲା ଠାରେ ଦୁଇଟି ଭିନ୍ନ ଭିନ୍ନ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ତେବେ ବୋକାରୋ ରାଲିରେ ମୋଦୀ, ଝାଡଖଣ୍ଡର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଏବଂ କଂଗ୍ରେସର ମିଳିତ ଶାସକ ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି, ଏମାନେ ଓବିସି ଏବଂ ଦଳିତଙ୍କର ଏକତା ଭାଙ୍ଗିବାକୁ ଚାହୁଁଛନ୍ତି। ସେମାନଙ୍କୁ ବିଭିନ୍ନ ଜାତିରେ ବିଭକ୍ତ କରିବାକୁ ଚାହୁଁଛନ୍ତି। ସେମାନେ ସର୍ବଦା ଏସ୍‌ସି-ଏସଟି ଏକତାର ଘୋର ବିରୋଧୀ ରହିଆସିଛନ୍ତି। କଂଗ୍ରେସ-ଜେଏମ୍‌ଏମ୍‌ର ଏକ ବଡ ଷଡଯନ୍ତ୍ରରୁ ଆମକୁ ସତର୍କ ରହିବାକୁ ପଡିବ। ସତ୍ତା ପାଇବା ଲୋଭରେ ଦେଶରେ ଜାତି ଧର୍ମ ନାମରେ ଲୋକଙ୍କ ଏକତାକୁ ଭାଗଭାଗ କରିବା କଂଗ୍ରେସର ନୀତି ରହିଆସିଛି। କିନ୍ତୁ ଏବେ ସମୟ ଆସିଯାଇଛି ଏମାନଙ୍କୁ ଉଚିତ୍ ଶିକ୍ଷା ଦେବାକୁ ହେବ। ଯଦି ଆମେ ଏକାଠି ରହିବା ତେବେ ଆମେ ନିରାପଦରେ ରହିବା।

ମୋଦୀ କହିଛନ୍ତି, ଏଠାରେ ଜେଏମ୍‌ଏମ୍ ଏବଂ କଂଗ୍ରେସ ପେପର ଲିକ୍ ମାଫିଆ ଏବଂ ନିଯୁକ୍ତି ମାଫିଆ ସୃଷ୍ଟି କରିଛନ୍ତି। ଝାଡ଼ଖଣ୍ଡରେ କୌଣସି ପରୀକ୍ଷା ନାହିଁ, ଯାହାର ପେପର ଲିକ୍ ହୋଇନାହିଁ। କିନ୍ତୁ ବିଜେପି ଏବଂ ଏନ୍‌ଡିଏ ସରକାର ସେମାନଙ୍କର ପ୍ରତ୍ୟେକ ଦୁର୍ନୀତିର ହିସାବନିକାଶ କରିବେ। ଝାଡଖଣ୍ଡରେ ବିଜେପି ସରକାର ଆସିବା ପରେ ସମସ୍ତଙ୍କୁ ନର୍କରୁ ଖୋଜି ଜେଲକୁ ପଠାଯିବ। ସେମାନଙ୍କ ସମସ୍ତ ଦୁର୍ନୀତିର ହିସାବନିକାଶ କରିବ ଏନ୍‌ଡିଏ ସରକାର। ଝାଡଖଣ୍ଡର ବିକାଶ ପାଇଁ ସାମୂହିକ ଶକ୍ତି ଆବଶ୍ୟକ। ଝାଡ଼ଖଣ୍ଡରେ ଆମକୁ ଏପରି ସରକାର ଗଠନ କରିବାକୁ ପଡ଼ିବ ଯେ, ଆପଣଙ୍କ ଝିଅ ଏବଂ ଜମି ସୁରକ୍ଷିତ ରହିବ। ସେହିପରି ଗୁମ୍‌ଲା ଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଜେଏମ୍‌ଏମ୍‌-କଂଗ୍ରେସର ଆପଣମାନଙ୍କର ସୁଖ-ଦୁଃଖରେ କୌଣସି ସମ୍ପର୍କ ନାହିଁ, ସେମାନେ ସେମାନଙ୍କର କାର୍ଯ୍ୟ ହାସଲ କରିବାରେ ବ୍ୟସ୍ତ। ବିଜେପି ଏବଂ ବିଜେପି ସହଯୋଗୀ ଦଳଗୁଡ଼ିକୁ ବିପୁଳ ପରିମାଣର ଭୋଟ୍ ଦେଇ ନିର୍ବାଚନରେ ଜିତାଇବାକୁ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଏତଦ୍‌ବ୍ୟତୀତ ଧାରା ୩୭୦ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜମ୍ମୁ-କାଶ୍ମୀର ବିଧାନସଭାରେ ଧାରା ୩୭୦ ଆଣିବାକୁ କଂଗ୍ରେସ ପୁଣିଥରେ ପ୍ରସ୍ତାବ ଦେଇଛି। ସେମାନେ ଆମର ସୈନିକମାନଙ୍କୁ ପୁଣି ଆତଙ୍କୀ ନିଆଁରେ ପକାଇବାକୁ ଚାହୁଁଛନ୍ତି। କଂଗ୍ରେସ ଭଳି ଏକ ଦେଶବିରୋଧୀ ଦଳକୁ କଦାପି ସମର୍ଥନ ମିଳିବା ଉଚିତ୍ ନୁହେଁ। ଏହି ଅବସରରେ ମୋଦୀ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ହେଉଥିବା ବିକାଶ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଏବଂ ଝାଡଖଣ୍ଡକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁଦାନ ତଥା ସହାୟତାସବୁରେ ଦୁର୍ନୀତି କରାଯାଉଥିବା ଏବଂ ଲୋକଙ୍କ ପାଖରେ ପହଞ୍ôଚବାକୁ ଦିଆଯାଉନଥିବା ମୋଦୀ ଅଭିଯୋଗ କରିଥିଲେ। ମୋଦୀ କହିଛନ୍ତି, ଯେତେବେଳେ ୨୦୦୪ରୁ ୨୦୧୪ ମଧ୍ୟରେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା ଏବଂ ନାମକୁ ମାତ୍ର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥାଇ ସୋନିଆ ଗାନ୍ଧୀ ବସ୍ ସାଜି ସରକାର ଚଳାଉଥିଲେ ସେତେବେଳେ ଝାଡଖଣ୍ଡକୁ ୮୦ହଜାର କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। କିନ୍ତୁ ୨୦୧୪ ପରଠାରୁ ୨୦୨୪ ମଧ୍ୟରେ ଝାଡଖଣ୍ଡକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପରିମାଣର ଅନୁଦାନ ଦେଇଛି। ତଥାପି ବିଜେପି ଝାଡଖଣ୍ଡ ଏବଂ ଝାଡଖଣ୍ଡବାସୀଙ୍କୁ ସ୍ନେହ କରୁନାହିଁ ବୋଲି ବିରୋଧୀ କହୁଛନ୍ତି। କିନ୍ତୁ ଝାଡଖଣ୍ଡବାସୀ ସତ କ’ଣ ଭଲଭାବେ ଜାଣିଛନ୍ତି। ସୂଚନାଯୋଗ୍ୟ ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ (ନଭେମ୍ବର ୧୩ ଏବଂ ୨୦ରେ) ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking