20.1 C
Bhubaneswar
Monday, February 9, 2026
Homeଓଡିଶାଜିନ୍ଦଲ କମ୍ପାନୀରେ ସିଧାସଳଖ ନିଯୁକ୍ତି ଦିଅ : ପ୍ରଫୁଲ୍ଲ ଘଡେଇ

ଜିନ୍ଦଲ କମ୍ପାନୀରେ ସିଧାସଳଖ ନିଯୁକ୍ତି ଦିଅ : ପ୍ରଫୁଲ୍ଲ ଘଡେଇ

ଯାଜପୁର : ପୂର୍ବତନ ଅର୍ଥ ମନ୍ତ୍ରୀ ଡ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରି କହିଛନ୍ତି କଳିଙ୍ଗନଗର ଶିଳ୍ପ କୂୁଂଜ ସୁକିନ୍ଦାବାସୀଙ୍କ ଅକୁଣ୍ଠ ସମର୍ଥନ, ସ୍ଥାନୀୟ ନେତୃତ୍ୱଙ୍କ ପ୍ରତକ୍ଷ ସହଯୋଗ ଏବଂ ବି.ଜେ.ଡି ସରକାରଙ୍କ ପ୍ରବଳ ଇଚ୍ଛା ଶକ୍ତି ବଳରେ ନବେଦଶକରୁ ପ୍ରତିଷ୍ଠା ସମ୍ଭବ ହୋଇପାରିଛି । ଏହା ହେବା ଦ୍ୱାରା ଲକ୍ଷ ଲକ୍ଷ ଲୋକ ପତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଯେ ଲାଭବାନ ହୋଇଛନ୍ତି ଏହାକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ମାତ୍ର ଏଥିପାଇଁ ସ୍ଥାନୀୟ ଲୋକମାନଙ୍କ ତ୍ୟାଗ ଏବଂ ବଳିଦାନକୁ କେହି ଭୂଲିବା ଉଚିତ ନୁହେଁ । କିନ୍ତୁ ଟାଟା, ଜିନ୍ଦଲ ପରି ବୃହତ କାରଖାନା ମାନଙ୍କରେ ଠିକାଦାର ପାଖରେ ଲେବର କାମ ବ୍ୟତୀତ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ମାନେ କଂପାନୀ ମାନଙ୍କରେ ସିଧା ସଳଖ ନିୟମିତ ନିଯୁକ୍ତିରୁ ବଂଚିତ ହୋଇଛନ୍ତି । ଅନ୍ୟପକ୍ଷରେ ବିସ୍ଥାପିତ ପରିବାରରୁ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଅବସର କିମ୍ବା ଅବସର ପୂର୍ବରୁ ମୃତ୍ୟୁ ବରଣ କଲେ ତା ପରିବାରରୁ ଜଣକୁ ନିଯୁକ୍ତି ଦେବା ଅଥବା ନୂଆ ନିଯୁକ୍ତି ସମୟରେ କ୍ଷତିଗ୍ରସ୍ତ ବିସ୍ଥାପିତ ଆଦିବାସୀ ପରିବାରର ଯେଗ୍ୟ ବେକାର ଯୁବକମାନଙ୍କ ନିଯୁକ୍ତି କଥାକୁ ବଡ ବଡ କଂପାନୀ ବାରମ୍ବାର ଅନ୍ଦୋଳନ ସତ୍ୱେ ମଧ୍ୟ ଗ୍ରହଣ କରୁ ନାହାନ୍ତି । ଭୁଲି ଯିବା ଉଚିତ ନୁହେଁ ଯେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ସର୍ବାଧିକ ସଂଖ୍ୟା ହେଉଛି ଆଦିବାସୀ ସଂପ୍ରଦାୟ । ଦୀର୍ଘଦିନ ଧରି ବନ୍ଦ ହୋଇ ପଡିଥିବା ମେସ୍କୋ କାରଖାନକୁ ପୁନଃ ଚଳନକ୍ଷମ କରିବାକୁ କଂପାନୀ କର୍ତ୍ତୃପକ୍ଷ ନାଁ ଧରୁ ନାହାନ୍ତି, ଯାହା ଫଳରେ ସ୍ଥାନୀୟ ବିସ୍ଥାପିତ ପରିବାରର ସଦସ୍ୟମାନେ ରୋଜଗାର ହରାଇ ଅର୍ଥିକ ଦୁର୍ଦ୍ଦଶା ମଧ୍ୟ ଦେଇ କାଳାତିପାତ କରୁଛନ୍ତି । ପ୍ରଶାସନ ମଧ୍ୟ ମେସ୍କୋ କର୍ତ୍ତୁପକ୍ଷଙ୍କ ବିରୁଦ୍ଧରେ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏହିସବୁ ଘଟଣାକୁ ନେଇ କଳିଙ୍ଗନଗରରେ ଅସନ୍ତୋଷର ପରିବେଶ ଥିବାବେଳେ ଟାଟା କଂପାନୀର କାର‌୍ୟ୍ୟ ୩ ମିଲିୟନ ଟନ୍ ରୁ ୮ ମିଲିୟନ ଟନ୍ କୁ ସଂପ୍ରସାରଣ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଂଚିଛି । ଟାଟା ପରିଚାଳିତ ନୀଳାଚଳ ଇସ୍ପାତ କାରାଖାନାକୁ ୧ ମିଲିୟନ ଟନ୍ ରୁ ୯.୫ ମିଲିୟନ୍ ଟନ୍ କୁ ବୃଦ୍ଧି କରିବା ପାଇଁ ଆସନ୍ତା ନଭେମ୍ବର ମାସ ୨୯ ତାରିଖ ଦିନ ଜନ ଶୁଣାଣି ପାଇଁ ଦିନ ଧାର‌୍ୟ୍ୟ କରାଯାଇଛି । ସବୁ କାରଖାନାର ଜନଶୁଣାଣି ବେଳେ ଜନସାଧାରଣ ସବୁବେଳେ ସହଯୋଗର ହାତ ବଢାଇ ଥାଆନ୍ତି । ଜନ ଶୁଣାଣି ବେଳେ ଜନସମର୍ଥନ ହାତେଇବାକୁ ଜନସାଧାରଣଙ୍କ ସମସ୍ତ ଦାବୀକୁ କାରଖାନା କର୍ତ୍ତୃପକ୍ଷ ଏବଂ ପ୍ରଶାସନ ପୁରଣ କରିବା ପାଇଁ ଦୃଢ ପ୍ରତିଶୃତି ଦେଇଥାନ୍ତି । ମାତ୍ର ଜନଶୁଣାଣି ସଫଳ ହୋଇଗଲା ପରେ ପ୍ରତିଶୃତି ପ୍ରତିଶୃତିରେ ରହିଯାଏ । ସଂପ୍ରତି କାରଖାନା କର୍ତ୍ତୃପକ୍ଷ ସର୍ବୋପରି ଜିଲ୍ଲା ପ୍ରଶାସନ ଏବଂ ସରକାର ଜନତାଙ୍କ ଦାବୀ ପୁରଣ ଉପରେ କଠୋର ପଦକ୍ଷେ ନେବା ଉଚିତ । ନୀଳାଚଳ ଇସ୍ପାତ କାରଖାନାର ସଂପ୍ରସାରଣ ହୋଇ ୯.୫ ନିୟୁତ ଟନକୁ ବୃଦ୍ଧି ପାଇଲେ ସାରଙ୍ଗପୁର ବାସୀ ବର୍ତ୍ତମାନ ସ୍ଥାନରେ ବାସ କରିବା ଅସମ୍ଭବ ହୋଇ ପଡିବ । ତେଣୁ ୨୦୧୨ ମସିହାରେ ୫ମ ଜଚଊଇଉ ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ସାରଙ୍ଗପୁର ଗ୍ରାମ ଏବଂ ବାରାଗଡିଆ ହରିଜନ ସାହିକୁ ବିସ୍ଥାପିତ କରିବାକୁ ହେବ । ବଢୁଥିବା ପ୍ରଦୁଷଣର ପ୍ରଭାବକୁ ନିୟନ୍ତ୍ରଣ କରିବା, ପାରିପାଶ୍ୱିର୍କ ଉନ୍ନୟନ କାର‌୍ୟ୍ୟ କରିବା, କଂପାନୀରେ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ପରିବାର ସହିତ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ଦାୟିତ୍ୱ ଟାଟା କଂପାନୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ନେବା ଆବଶ୍ୟକ ବୋଲି ଶ୍ରୀ ଘଡେଇ ବିଭନ୍ନ ଗଣ ମାଧ୍ୟମ କୁ ସୁଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking