24.1 C
Bhubaneswar
Tuesday, February 10, 2026
Homeଓଡିଶାଜାତୀୟ ଆଇନ ସେବା ଦିବସ ପାଳନ

ଜାତୀୟ ଆଇନ ସେବା ଦିବସ ପାଳନ

ଯାଜପୁର: ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ପକ୍ଷ ରୁ ଜାତୀୟ ଆଇନ ସେବା ଦିବସ ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଙ୍କ ଅଧ୍ୟକ୍ଷତା ରେ ତଳିହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଦ୍ଧେଶ୍ଵର ଗାଁ ର ଗଣେଶମଣ୍ଡପ ପରିସର ରେ ପାଳିତ ହୋଇଯାଇଛି।ଏଥିରେ ଅତିଥି ଆଲୋଚକ ଭାବେ ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଦଶରଥପୁର ତହସିଲ ର ଅତିରିକ୍ତ ତହସିଲଦାର ଶ୍ରୀ ବାବୁରାମ ମୁର୍ମୁ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ତ୍ରିଲୋଚନ ସେଠୀ ଓ ତଳିହା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଶ୍ରୀ ରଞ୍ଜିତା ଜେନା ପ୍ରମୁଖ ଯୋଗ ଦେଇ ଉକ୍ତ ଦିବସ ର ଇତିହାସ ଏହାର ମହତ୍ତ୍ଵ ସମ୍ବନ୍ଧ ରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଉପଯୁକ୍ତ ହିତାଧିକାରୀ ମାନେ ଡିଏଲ୍ଏସ୍ଏ ର ସହାୟତା ଆବଶ୍ୟକ ସ୍ଥଳେ କିପରି ନେଇ ପାରିବେ ସେ ସମ୍ପର୍କ ରେ ଆଲୋଚନା କରିଥିଲେ ।ଏହି ଦିବସ ଉପଲକ୍ଷେ ଏକ ସଚେତନତା ରାଲି ଗ୍ରାମ ପରିଭ୍ରମଣ କରିଥିଲା ।ଏ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ପିଏଲଭି ମନୋରଞ୍ଜନ ଦୀକ୍ଷିତ ,ସୁପ୍ରିୟା ସାହୁ ଓ ରୁଚିତା ରଥ ଙ୍କ ସମତେ ପ୍ରାଧିକରଣ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking