25.1 C
Bhubaneswar
Friday, November 8, 2024
Homeଅପରାଧବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ : ଡିସିପି

ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ : ଡିସିପି

କଟକ: କଟକ ଗଣ ଦୁଷ୍କର୍ମ ମାମଲାରେ ଡିସିପିଙ୍କ  ପ୍ରେସମିଟ । ଘଟଣାରେ ୪ ତାରିଖରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ୫ ତାରିଖରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ପରେ ଆଉ ୩ ଅଭିଯୁକ୍ତଙ୍କୁ  ଗିରଫ  କରାଯାଇଥିଲା । ୬ ଅଭିଯୁକ୍ତଙ୍କ ମୋବାଇଲ ଜବତ କରାଯାଇଛି । ସମସ୍ତ ଭିଡିଓର ଯାଞ୍ଚ କରାଯିବ  କହିଛନ୍ତି ଡିସିପି । ଆହୁରି ମଧ୍ୟ କହିଛନ୍ତି  , ଅଭିଯୁକ୍ତଙ୍କ ମଧ୍ୟରେ  ଜଣେ ନାବାଳକ ଅଛନ୍ତି । ଯାହାକି ଭିଡିଓ କରି ବ୍ଲାକମେଲ କରୁଥିଲେ । ଦଶହରାରୁ ବୋଟିଏ ମାସ ଭିତରେ ଗଣଦୁଷ୍କର୍ମ ଘଟିଥିଲା । ପୀଡିତାଙ୍କୁ ମାନସିକ ନିର୍‌୍ୟ୍‌ୟାତନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ପୀଡିତା ମୁହଁ ଖୋଲିନଥିଲେ । ଥାନାରେ ଏତଲା ମଧ୍ୟ ଦେଇନଥିଲେ । ତେଣୁ ଘଟଣାଟି ବାହାରକୁ ଆସିନଥିଲା । ପୀଡିତାଙ୍କ ମାମୁଁ ଯେତେବେଳେ ଅଭିଯୁକ୍ତଙ୍କ ସହିତ ଦେଖିଥିଲେ  ସେ ଘଟଣା ବାବଦରେ ଜଣାପଡିଥିଲା । ଯେଉଁ କାଫେକୁ ଯାଇଥିଲେ ପୀଡିତା ସେଠାକୁ ମଧ୍ୟ ପୋଲିସ ଯାଇ ଛାନଭିନ କରୁଛି । ଏବେ ସୁଦ୍ଧା ୬ଜଣଙ୍କୁ ଗିରଫ କରାଯାଇଛି ।  ସମ୍ପୃକ୍ତ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରୁଛି । ଦୁଇଟି ସ୍ପଟ ଚିହ୍ନଟ ମଧ୍ୟ ହୋଇଛି । ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି କି ନାହିଁ ସେ ଦିଗରେ ମଧ୍ୟ ପୋଲିସ ଯାଞ୍ଚ କରୁଛିା ଖୁବଶୀଘ୍ର ତଦନ୍ତ କରି ଚାର୍ଜସିଟ କରାଯିବ କହିଛନ୍ତି କଟକ ଡିସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking