28.1 C
Bhubaneswar
Tuesday, March 3, 2026
Homeଓଡିଶାଡାଟା ଏଣ୍ଟ୍ରି ଅପରେଟରଙ୍କ ଆବେଦନ ହାଇକୋର୍ଟରେ ଖାରଜ

ଡାଟା ଏଣ୍ଟ୍ରି ଅପରେଟରଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ: କମ୍ପ୍ୟୁଟର ପ୍ରୋଗ୍ରାମର ବା ଡାଟା ଏଣ୍ଟ୍ରି ଅପରେଟରଙ୍କ ଲାଗି ୩୦% ସଂରକ୍ଷଣ ଓ ଚାକିରି ନିୟମିତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତିି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ରାୟ ପ୍ରଦାନ କରି ଆବେଦନକାରୀ ଏକ ପଞ୍ଜିକୃତ ସଂଘ ନୁହଁ, ତେଣୁ ପିଟିସନ ଦାଖଲ କରିବା ନ୍ୟାୟିକ ଅଧିକାର ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। କୌଣସି ବ୍ୟକ୍ତି କ୍ଷତିଗ୍ରସ୍ତ ହୋଇଥିଲେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି। ମାମଲାର ବିବରଣୀ ଅନୁସାରେ, ରାଜ୍ୟର ୩୧୪ ବ୍ଲକରେ କମ୍ପ୍ୟୁଟର ପ୍ରୋଗ୍ରାମର ବା ଡାଟା ଏଣ୍ଟ୍ରି ଅପରେଟରମାନେ କାର୍ଯ୍ୟ କରୁଛନ୍ତି। ତନ୍ମଧ୍ୟରୁ ୭୦%ରୁ ଅଧିକ କର୍ମଚାରୀ ସିଧାସଳଖ ନିୟୋଜିତ ହେଉଥିବା ବେଳେ ୩୦%ରୁ ଅଧିକ କର୍ମଚାରୀ ମନରେଗା ଯୋଜନାରେ କାମ ପାଇବା ଚାକିରି ନିୟମରେ ରହିଛି। ଉକ୍ତ ନିୟମ ପରିବର୍ତ୍ତନ କରିବା ସହ ତନ୍ମଧ୍ୟରୁ ୩୦% କର୍ମଚାରୀଙ୍କ ଲାଗି ସଂରକ୍ଷଣ ରଖିବା ଏବଂ ଅତିରିକ୍ତ କମ୍ପ୍ୟୁଟର ପ୍ରୋଗ୍ରାମରଙ୍କ ଚାକିରି ନିୟମିତ କରିବା ଦାବି ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଲ ଓଡ଼ିଶା ଆଡିସନାଲ କମ୍ପ୍ୟୁଟର ପ୍ରୋଗ୍ରାମର୍ସ ଆସୋସିଏସନ ଜରିଆରେ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking