20.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶମିଳିଲାନି ସୁରକ୍ଷା, କାନାଡାରେ କନସୁଲାର କ୍ୟାମ୍ପ ବନ୍ଦ କଲା ଭାରତ

ମିଳିଲାନି ସୁରକ୍ଷା, କାନାଡାରେ କନସୁଲାର କ୍ୟାମ୍ପ ବନ୍ଦ କଲା ଭାରତ

ଓଟାୱା: ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଦିନକୁ ଦିନ ତୀବ୍ର ହେବରେ ଲାଗିଛି। କାନାଡାର ସୁରକ୍ଷା ଏଜେନ୍ସିଗୁଡ଼ିକ ଆବଶ୍ୟକ ସୁରକ୍ଷା ଯୋଗା ଦେବାକୁ ମନା କରିବାରୁ କାନାଡାରେ ଥିବା ଭାରତୀୟ ହାଇ କମିଶନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କମିଶନ ପକ୍ଷରୁ କାନାଡାରେ ଖୋଲାଯିବାକୁ ଯୋଜନା ହୋଇଥିବା କିଛି କନସୁଲାର କ୍ୟାମ୍ପକୁ ବନ୍ଦ କରି ଦିଆଯାଇଛି। ପ୍ରକାଶ, ନଭେମ୍ବର ୨ ଓ ୩ ତାରିଖରେ ବ୍ରାମ୍ପଟନ ସ୍ଥିତ ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣ କରିବା ସହ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିଥିଲେ। ସେହିପରି ସୁରେୟରେ ଥିବା ଦୁଇଟି କନସୁଲାର କ୍ୟାମ୍ପ ଉପରେ ଖଲିସ୍ତାନୀମାନେ ଆକ୍ରମଣ କରିଥିଲେ। ଆକ୍ରମଣକୁ ପିଲ୍ ପୁଲିସ୍ ରୋକିପାରିନଥିଲା ଓ ଖଲିସ୍ତାନୀଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହାକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ସତ୍ତ୍ୱେ କାନାଡାର ସୁରକ୍ଷା ଏଜେନ୍ସି ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ମନା କରିଥିଲା। କାନାଡାର ଏପରି ଆଭିମୁଖ୍ୟ ପାଇଁ ଭାରତ ସରକାର କନସୁଲାର କ୍ୟାମ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟରୋଣ୍ଟୋରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ‘କମ୍ପ୍ୟୁନିଟି କ୍ୟାମ୍ପ ଅର୍ଗାନାଇଜରଙ୍କୁ କାନାଡାର ସୁରକ୍ଷା ଏଜେନ୍ସି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ନେଇ ନିଜର ଅକ୍ଷମତା ପ୍ରକାଶ କରିଛି। ଏଥିପାଇଁ କନସୁଲେଟ ଧାର୍ଯ୍ୟ କରିଥିବା କିଛି କନସୁଲାର କ୍ୟାମ୍ପକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking