25.1 C
Bhubaneswar
Tuesday, February 24, 2026
Homeଓଡିଶାବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

– ଗଞ୍ଜାମ, ଗଜପତି,ରାୟଗଡା ଓ କୋରାପୁଟ ଜିଲ୍ଲା ଦେଇ ନିର୍ମାଣ ହେବ ୨୮୭ କିମି ଦୀର୍ଘ ପ୍ରଶସ୍ଥ ମାର୍ଗ
– ପ୍ରମୁଖ ସହର, ଖଣି ଓ ଶିଳ୍ପ ଯୋଗାଯୋଗକୁ କରିବ ଅଧିକ ସୁଦୃଢ
– ଅଭୟାରଣ୍ୟ ତଥା ଜୈବ ବିବିଧତାକୁ ପ୍ରଭାବିତ ନକରିବା ନେଇ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୦୭.୧୧. ୨୦୨୪- ପ୍ରସ୍ତାବିତ ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଗଞ୍ଜାମ, ଗଜପତି,ରାୟଗଡା ଓ କୋରାପୁଟ ଜିଲ୍ଲା ଦେଇ ନିର୍ମାଣ ହେବାକୁ ଥିବା ଏହି ହାଇ-ସ୍ପିଡ଼ କରିଡରର ଦୈର୍ଘ୍ୟ ପ୍ରାୟ ୨୮୭ କିମି ରହିବ I ଏହି ପ୍ରଶସ୍ଥ ମାର୍ଗରେ ଗାଡି ଗୁଡ଼ିକ ସର୍ବାଧିକ ୧୨୦ କିଲୋମିଟର ବେଗରେ ଗତି କରିବ I ପୂର୍ବରୁ ବ୍ରହ୍ମପୁରରୁ ଜୟପୁରକୁ ଯାତ୍ରା କରିବାକୁ ୭ ଘଣ୍ଟା ଲାଗୁଥିବା ବେଳେ ଏହି ମାର୍ଗରେ ମାତ୍ର ୩ ଘଣ୍ଟାରେ ଉକ୍ତ ପଥକୁ ଅତିକ୍ରମ କରିହେବ I ପାହାଡିଆ ଘାଟି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଏହି ମାର୍ଗର ଆବଶ୍ୟକ ୪ ଟି ସ୍ଥାନରେ ଟନେଲ ନିର୍ମାଣ ନେଇ ପ୍ରସ୍ତାବ ରହିଛି I

ରାଜ୍ୟକୁ ଦ୍ରୁତ ପ୍ରଗତି ପଥରେ ଆଗକୁ ନେବାରେ ଖଣି ଓ ଶିଳ୍ପର ପ୍ରମୁଖ ଭୂମିକା ରହିଛି I ଏହାକୁ ଦୃଷ୍ଟିରେ ରଖି ଏହି ହାଇସ୍ପିଡ଼ କରିଡର ସହିତ ପ୍ରମୁଖ ସହର, ଖଣି ଓ ଶିଳ୍ପାଞ୍ଚଳର ଯୋଗାଯୋଗ ଯେପରି ସୁଦୃଢ ହୋଇପାରିବ ସେଥିନେଇ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ I ଏଥି ସହିତ ପ୍ରସ୍ତାବିତ କରିଡର ଯେପରି କୌଣସି ପ୍ରକାରରେ ଅଭୟାରଣ୍ୟ, କ୍ଷୁଦ୍ର ଜଙ୍ଗଲ କିମ୍ବା ଜୈବବିବିଧତା ଅଞ୍ଚଳକୁ କ୍ଷତି ନ ପହଞ୍ଚାଏ ସେଥି ପ୍ରତି ଧ୍ୟାନ ଦେଇ ଏକ ସର୍ବୋତ୍ତମ ନକ୍ସା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ I ଦେଶ ତଥା ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ଏହି ପ୍ରସ୍ତାବିତ କରିଡର ଯେପରି ଅଧିକ ଗ୍ରହଣୀୟ ହୋଇ ପାରିବ ସେଥିପାଇଁ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ସମାଧାନଦିଗରେ କାର୍ଯ୍ୟକରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭି. ଭି. ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦୀପକ ଦାସ, ପ୍ରମୁଖ ଯନ୍ତ୍ରୀ (ସିଭିଲ) ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଓବିସିସି ଯୁଗ୍ମ ଉପଦେଷ୍ଟା ଶ୍ରୀ ଜୟ କୃଷ୍ଣ ଦାସ ଏବଂ ସ୍ପାର୍କର ପରିଚାଳନା ନିର୍ଦେଶକ ଶ୍ରୀ ଶୁଭଦର୍ଶୀ ମିଶ୍ରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking