ବ୍ୟୁରୋ : ରାଜସ୍ୱ ବିଭାଗରୁ ହଟିଲା ବର୍ଷ ବର୍ଷ ଧରି ଚଳି ଆସୁଥିବା ପୁରୁଣା ନାଁ ରିଲିଫ । ଏହା ବଦଳରେ ହେବ ନୂଆ ନାଁ । ଯେଉଁଥିରେ ନିଜ ଅଧିକାର ମିଳିବ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରିଲିଫ ବଦଳରେ ନୂଆ ନାଁ ଅଧିକାର ରଖାଯିବ । ବାତ୍ୟା , ବନ୍ୟା , ମରୁଡିରେ ଯେଉଁ ରିଲିଫ ମିଳେ ତାର ପରିଭାଷା ବଦଳିଯିବ । ରାଜସ୍ୱ ବିଭାଗ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ରିଲିଫ ଏକ ଦୟାର ଶବ୍ଦ । ଏଥର ଦୟା ନୁହେଁ, ଲୋକଙ୍କୁ ଅଧିକାର ମିଳିବ । ରିଲିଫ କୋଡ ଅଧିକାର ଆଇନରେ ପରିଣତ ହେବ । ରାଜସ୍ୱ ସେବାର କାମ କେତେଦୂର ଠିକ ଭାବେ ଗରିବଙ୍କ ପାଖରେ ସେବା ପହଞ୍ଚିଛି ତାହା ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି ।