28.1 C
Bhubaneswar
Monday, December 15, 2025
Homeଦେଶ ବିଦେଶସରକାରଙ୍କ ସ୍ୱତନ୍ତ୍ର ଯୋଜନା : ମିଳିବ ଶସ୍ତା ଅଟା-ଚାଉଳ

ସରକାରଙ୍କ ସ୍ୱତନ୍ତ୍ର ଯୋଜନା : ମିଳିବ ଶସ୍ତା ଅଟା-ଚାଉଳ

ନୂଆଦିଲ୍ଲୀ: ବଜାର ଦରଠାରୁ କମ୍ ଦାମ୍‌ରେ ଦେଶବାସୀଙ୍କୁ ଅଟା ଏବଂ ଚାଉଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଦରଦାମ୍ ବୃଦ୍ଧି ଏବଂ ଧାନ ଓ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହା ଅନ୍ତର୍ଗତ ସବସିଡିଯୁକ୍ତ ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ଭାରତ ଅଟା କିଲୋଗ୍ରାମ୍ ପିଛା ୩୦ ଟଙ୍କା ଏବଂ ଭାରତ ଚାଉଳ କିଲୋଗ୍ରାମ ପିଛା ୩୪ଟଙ୍କାରେ ବିକ୍ରି ହେବ। କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୋବାଇଲ୍ ଭ୍ୟାନ୍‌ର ଶୁଭାରମ୍ଭ କରି ସବସିଡିଯୁକ୍ତ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଏହି ମୋବାଇଲ୍ ଭ୍ୟାନ୍ ନ୍ୟାସନାଲ୍ କୋଅପରେଟିଭ୍ ଗ୍ରାହକ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍), ନ୍ୟାସନାଲ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ନାଫେଡ୍) ଏବଂ କେନ୍ଦ୍ରିୟ ଭଣ୍ଡାରର ଅଟେ।

ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମନ୍ତ୍ରୀ ଯୋଶୀ କହିଛନ୍ତି ଯେ ଗ୍ରାହକଙ୍କୁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧ ନିଶ୍ଚିତ କରିବା ହେଉଛି ସରକାରଙ୍କ ଉଦ୍ଦେଶ୍ୟ। ଭାରତ ବ୍ରାଣ୍ଡ ଅନ୍ତର୍ଗତ ଚାଉଳ, ଅଟା ଏବଂ ଡାଲିର ଖୁଚୁରା ବିକ୍ରି ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବ। ଦ୍ୱିତୀୟ ପର୍ଯ୍ୟାୟରେ ‘ଭାରତ’ ବ୍ରାଣ୍ଡ ଅଟା ଏବଂ ଚାଉଳ ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମ ବ୍ୟାଗରେ ବିକ୍ରି ହେବ। ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରେ ଖୁଚୁରା ବିକ୍ରୟ ପାଇଁ ୩.୬୯ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଏବଂ ୨.୯୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉପଲବ୍ଧ ଲୋକଙ୍କୁ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଶସ୍ତା ଦରରେ ପ୍ରାୟ ୧୫.୨୦ ଲକ୍ଷ ମେଟ୍ରିକ୍ ଟନ୍ ଭାରତ ଅଟା ଏବଂ ୧୪.୫୮ ଲକ୍ଷ ମେଟ୍ରିକ୍ ଟନ୍ ଭାରତ ଚାଉଳ ଉପଲବ୍ଧ କରାଯାଇଥିଲା।  ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ସରକାର ଭାରତ ଅଟା ଏବଂ ଭାରତ ଚାଉଳକୁ ମୋବାଇଲ ଭ୍ୟାନ୍‌ରେ ବିକ୍ରି କରିବେ। କେନ୍ଦ୍ରିୟ ଭଣ୍ଡାର ଘାରର ମୋବାଇଲ୍ ଭ୍ୟାନ୍ ଉଭୟ ଜିନିଷ ବିକ୍ରି କରିବ। ଏହା ବ୍ୟତୀତ ଭାରତ ଅଟ ଏବଂ ଭାରତ ଚାଉଳ ନାଫେଡ ଏବଂ ଏନସିସିଏଫ୍ ଦୋକାନ ଏବଂ ମୋବାଇଲ୍ ଭ୍ୟାନ୍‌ରେ ଉପଲବ୍ଧ ହେବ। ଉଭୟ ଜିନିଷ ଇ-କମର୍ସ ପ୍ଲାଟଫର୍ମ ଏବଂ ଖୁଚୁରା ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking