ବ୍ୟୁରୋ : ଦିଲ୍ଲୀର ମୁଫ୍ତାବାଦ ଅଞ୍ଚଳରେ ଏକ ଅଭାବନାୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ସନ୍ଧାରେ ୧୬ ବର୍ଷୀୟ ଜଣେ ଯୁବକଙ୍କୁ ଛୁରୀରେ ହତ୍ୟା କରାଯାଇଥିଲା । ଏହି ଘଟଣା ଅଞ୍ଚଳରେ ସମ୍ବେଦନଶୀଳତା ବିସ୍ତାର କରିଥିଲା । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି । ସୂଚନା ଅନୁସାରେ ଭୋର ୩ଟାରେ ପିସିଆରକୁ ଏକ କଲ ଯାଇଥିଲା ଯେ ଯୁବକଙ୍କୁ ଛୁରୀରେ ହତ୍ୟା କରାଯାଇଛି । ଯେଉଁଥିପାଇଁ ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷମା କରିଥିଲେ । ଏହା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ପଛର କାରଣ କଣ ଏଯାଏଁ ସ୍ପଷ୍ଟ ଜଣାପଡିନାହିଁ । ଏହି ପରିପ୍ରେକ୍ଷୀରେ ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ ସନ୍ଦିଗ୍ଧମାନଙ୍କୁ କାବୁ କରି ପଚରା ଉଚରା କରୁଛି ।