34.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଟ୍ରମ୍ପଙ୍କ ପାଇଁ ଚାଲିଛି ହୋମ ଯଜ୍ଞ

ଟ୍ରମ୍ପଙ୍କ ପାଇଁ ଚାଲିଛି ହୋମ ଯଜ୍ଞ

ବ୍ୟୁରୋ : ଆମେରିକାରେ ଚାଲିଛି ରଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲାଗିଛି କଡା ଟକ୍କର ।ଏନେଇ  ଦିଲ୍ଲୀର ସାଧୁ ଏବଂ ପୁରୋହିତମାନେ  ଆମେରିକାର ପୂର୍ୱତନ  ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ  କରିଛନ୍ତି ହୋମ ଯଜ୍ଞ ।  ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଫଟୋରେ ତିଲକ ମଧ୍ୟ ଲଗାଇଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପ, ଟେସଲା ସିଇଓ ଏଲୋନ୍ ମସ୍କ, ରବର୍ଟ ଏଫ୍ କେନେଡି ଜୁନିଅର ଏବଂ ବିବେକ ରାମା ସ୍ୱାମୀଙ୍କ ପୋଷ୍ଟର ସମ୍ମୁଖରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ଭିଡିଓରେ ଏକ ପୋଷ୍ଟର ଦୃଶ୍ୟମାନ ହୋଇଛି ଯେଉଁଥିରେ ଲେଖା ଅଛି, ‘ହିନ୍ଦୁମାନଙ୍କୁ ବଞ୍ଚାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦିଅ।’ ହୋମ୍ ଯଜ୍ଞ ଆରମ୍ଭ ହେବା ମାତ୍ରେ ସ୍ୱାମୀ ସରସ୍ୱତୀ ଟ୍ରମ୍ପଙ୍କ ନାଁରେ ଦେବତାମାନଙ୍କୁ ଆହୁତି ଦେଉଥିବା ଦେଖିବାକୁ ମିଳିଛି। ଏହି ଭାଇରାଲ୍ ଭିଡିଓକୁ ନେଇ ୟୁଜର୍ସମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କ ବିଜୟ ପାଇଁ କାହିଁକି ପ୍ରାର୍ଥନା କରୁନାହାଁନ୍ତି ବୋଲି କିଛି ୟୁଜର୍ସ ପ୍ରଶ୍ନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking