26.1 C
Bhubaneswar
Friday, March 20, 2026
Homeଦେଶ ବିଦେଶବାଣ ପେଟି ଉପରେ ବସି ଯୁବକ ମୃତ  

ବାଣ ପେଟି ଉପରେ ବସି ଯୁବକ ମୃତ  

ବ୍ୟୁରୋ : ବାଣ ପେଟି ଉପରେ ଯିଏ ବସିବ  ତାକୁ ନୂଆ ଅଟୋ   ମିଳିବ ବୋଲି ସାଙ୍ଗମାନେ  କହିବାରୁ  ଯୁବକ ଜଣଙ୍କ ଯାଇ  ବାଣ ପେଟି ଉପରେ  ବସି ଯାଇଥିଲେ ।  ତାପରେ ଯୁବକ ଜଣଙ୍କର ଜୀବନ ଚାଲିଯାଇଥିଲା ।  ଏଭଳି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି । ସୂଚନା ମୁତାବକ, ସାବାରିଶ ଓ ତାଙ୍କ ସାଙ୍ଗମାନେ ମଦ ପିଇବା ପରେ ଘର ବାହାରକୁ ବାଣ ଫୁଟାଇବାକୁ ଆସିଥିଲେ। ଏମଧ୍ୟରେ ସାବାରିଶଙ୍କ ସାଙ୍ଗ କହିଥିଲେ ଯିଏ ବାଣର ପେଟି ଉପରେ ବସିବ, ତାକୁ ନୂଆ ଅଟୋ ଦେବି। ନିଶାରେ ଥିବା ସାବାରିଶ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ବାଣ ପେଟି ଉପରେ ବସିଯାଇଥିଲେ।ତାଙ୍କର ସାଙ୍ଗ  ସେହି ସମୟରେ ବାଣରେ ନିଆଁ ଲଗାଇଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ସାବାରିଶଙ୍କ ପରିବାର ଲୋକ ପୋଲିସକୁ ଅଭିିଯୋଗ କରିଛନ୍ତି ।  ଏନେଇ ପୋଲିସ ମୃତକଙ୍କ ୬ଜଣ ସାଙ୍ଗକୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking