ପୁରୀ: ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତିଙ୍କ ପ୍ରେସମିଟ । ମହାପ୍ରଭୁଙ୍କ ପରମ୍ପରାରେ ବ୍ୟତିକ୍ରମ ହେବା ଠିକ ନୁଁହ ବୋଲି ସେ କହିଛନ୍ତି । ଇସ୍କନର କର୍ତ୍ତୃପକ୍ଷ ଭୁଲ ସୁଧାରିବେ ବୋଲି ମୋର ଆଶା । ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲଂଘନ । ଭାରତରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ବନ୍ଦ ହୋଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ପ୍ରେସମିଟ । ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲଂଘନ କହିଲେ ଗଜପତି । ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି । ଚିଠି ଲେଖିବା ସତ୍ୱେ ଇସ୍କନ ମାନିଲାନି, ରଥ ଆୟୋଜନ କରୁଛି । ୩ ତାରିଖରେ ସ୍ନାନଯାତ୍ରାକୁ ବାତିଲ କଲେ କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି । ଶ୍ରୀମନ୍ଦିରର ପରମ୍ପରାକୁ ଭାଙ୍ଗିବା ଠିକ ନୁହେଁ ବୋଲି ଗଜପତି କହିଛନ୍ତି । ବାରମ୍ବାର କହିବା ପରେ ୨୦୨୧ ରୁ ଭାରତରେ ଅଦିନିଆ ରଥଯାତ୍ରା ହେଉନି । କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନ ରଥଯାତ୍ରା କରୁଛି । ଆମେ ଯୁକ୍ତିଯୁକ୍ତ କଥା କହୁଛୁ , ମାନିନେବା ଉଚିତ । ବହୁତ ହେଇଗଲା , ଏଥର ଆଉ ଛାଡିବନି । ଯଦି ମାନିବେନି ଆଇନର ରାସ୍ତା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ । ଅନ୍ୟ ଧର୍ମରେ ଏମିତି ହୋଇଥିଲେ ବରଦାସ୍ତ କରାଯାଇନଥାନ୍ତା । ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡିବ। ଅଦିନ ରଥଯାତ୍ରାକୁ ନେଇ ଏଭଳି କଡା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଗଜପତି ମହାରାଜା ।