32.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶଦୁଇ ବରିଷ୍ଠ ବ୍ୟାଟ୍‌ସ୍‌ମ୍ୟାନ୍‌ଙ୍କ ଖରାପ ପ୍ରଦର୍ଶନ ପାଇଁ ଦଳ ହାରିଲା: ରୋହିତ

ଦୁଇ ବରିଷ୍ଠ ବ୍ୟାଟ୍‌ସ୍‌ମ୍ୟାନ୍‌ଙ୍କ ଖରାପ ପ୍ରଦର୍ଶନ ପାଇଁ ଦଳ ହାରିଲା: ରୋହିତ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୩-୦ରେ ହାରିବା ପରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ସେ କହିଛନ୍ତି ଯେ ଦୁଇ ବରିଷ୍ଠ ବ୍ୟାଟ୍‌ସ୍‌ମ୍ୟାନ୍ ଖରାପ ପ୍ରଦର୍ଶନ ଯୋଗୁଁ ଦଳକୁ ହାରିବାକୁ ପଡ଼ିଛି। ଏହା ଦ୍ୱାରା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ଏହା ଟିମ୍ ମ୍ୟାନେଜମେଣ୍ଟ୍‌ର ଚିନ୍ତା ବଢ଼ାଇଛି। ତେବେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରୋହିତ ଶର୍ମା ନିଜେ ଏହି ସିରିଜ୍‌ରେ ୯୧ ରନ୍ କରିଥିବା ବେଳେ ବିରାଟ କୋହଲି ମାତ୍ର ୯୩ ରନ୍ କରିଥିଲେ। ରୋହିତ ପୁଣି କହିଛନ୍ତି, ଯାହା ହେବା କଥା ହୋଇ ସାରିଲାଣି। ବର୍ତ୍ତମାନ ଏହାକୁ ଚିନ୍ତା ନ କରି କିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ହେବ ତା’ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ। ବର୍ତ୍ତମାନ ଭାରତ ଡବ୍ଲ୍ୟୁଟିସି ଫାଇନାଲ ଉପରେ ଧ୍ୟାନ ନ ଦେଇ ଅଷ୍ଟ୍ରେଲିଆ ସିରିଜ୍ ଉପରେ ଫୋକସ୍ କରିବା ଉଚିତ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟ୍ ଖେଳିବା ଆଦୌ ସହଜ ହୋଇ ନ ଥାଏ। ତେଣୁ ଏହି ସିରିଜ୍ ଉପରେ ଧ୍ୟାନ ଦେବାର ସମୟ ଆସିଯାଇଛି ବୋଲି ରୋହିତ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking