28.1 C
Bhubaneswar
Thursday, April 2, 2026
Homeଓଡିଶାଆମ୍ୱଟାକୁଆ ଜାଉ ଖାଇ ୨ ମୃତ ଘଟଣା; ଘେରିଲା ବିଜେଡି, କ୍ଷମାମାଗନ୍ତୁ ଯୋଗାଣ ମନ୍ତ୍ରୀ

ଆମ୍ୱଟାକୁଆ ଜାଉ ଖାଇ ୨ ମୃତ ଘଟଣା; ଘେରିଲା ବିଜେଡି, କ୍ଷମାମାଗନ୍ତୁ ଯୋଗାଣ ମନ୍ତ୍ରୀ

– ଘଟଣାକୁ ଚପାଇ ଦେବାକୁ ଚାଲିଛି ଅପଚେଷ୍ଟା
ଭୁବନେଶ୍ୱର: କନ୍ଧମାଳ ଅଞ୍ଚଳର ଦାରିଙ୍ଗବାଡି ବ୍ଲକ୍‌ର ମାଣ୍ଡି ପଙ୍କା ଗାଁରେ ଆମ୍ୱଟାକୁଆ ଯାଉଖାଇ ଦୁଇ ଜଣ ମହିଳା ମୃତ୍ୟୁ ବରଣ କରିଥିବା ଓ ଛଅ ଜଣ ମହିଳା ଗୁରୁତର ହୋଇଥିବା ଘଟଣାରେ ରାଜ୍ୟ ସରକାରଙ୍କ ପିଡିଏସ୍ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ। ଏଥିଯୋଗୁଁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଲା। ସେଥିପାଇଁ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ବିଜେଡି ଅଭିଯୋଗ କରିଛି।

ସୋମବାର ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ନିୟମ ଅନୁଯାୟୀ ରାଜ୍ୟରେ ରାସନ ବଣ୍ଟନର ସୁଷମ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବ୍ୟତୀତ ରାଜ୍ୟରେ ନବୀନ ସରକାରଙ୍କ ଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରାଯାଇଛି। ଏହା ମାଧ୍ୟମରେ ଅଧିକ ପଚିଶ ଲକ୍ଷ ଲୋକଙ୍କୁ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ପ୍ରତିମାସ ପ୍ରଦାନ କରାଯାଉଛି। ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ତିନି ମାସର ରାସନ ବଣ୍ଟନ ପାଇଁ ୨୭ ସେପ୍ଟେମ୍ୱର ଦିନ ଅର୍ଡ଼ର ବାହାରି ଥିଲା, ତାହା ପଚିଶ ଦିନ ଭିତରେ ବଣ୍ଟନ କାର୍ଯ୍ୟ ଶେଷହେବା କଥା। କିନ୍ତୁ, ଏକ ମାସରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ହେଁ ମାଣ୍ଡିପଙ୍କା ଅଞ୍ଚଳରେ ଏହି ରାସନ ବଣ୍ଟନ କରାଯାଇନଥିଲା। ଏହି ଘଟଣା ଘଟିଯିବା ପରେ ତରବରିଆ ଭାବେ ୨ ନଭେମ୍ୱର ଦିନ ରାସନ ବଣ୍ଟନ କରାଯାଇଥିଲା। ରାସନ ବଣ୍ଟନ ହୋଇପାରି ନଥିବା କଥାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି ବୋଲିଶ୍ରୀ ଦାସବର୍ମା କହିଥିଲେ।

ଶ୍ରୀ ଦାସବର୍ମା କହିଲେ, ଏହି ସମ୍ୱେଦନଶୀଳ ଘଟଣାରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହଗ୍ର ହଣକରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆମ୍ୱଟାକୁଆ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲିକହିଥିଲେ। ସେହିପରି ରାଜ୍ୟର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ଆମ୍ୱଟାକୁଆ ସେହି ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା ସହଘଟଣା ଘଟିଲାବେଳେ ଏହିଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଘରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ ଥିଲା ବୋଲି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟଖାଦ୍ୟ ଯୋଗାଣମନ୍ତ୍ରୀ ତାଙ୍କର ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମାମାଗନ୍ତୁ ବୋଲି ଶ୍ରୀ ଦାସବର୍ମା ଦାବି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking