32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲର ଆଉ ଏକ ଏୟାର ଷ୍ଟ୍ରାଇକ୍‌; ୪୨ ପାଲେଷ୍ଟାଇନ ନାଗରିକ ମୃତ

ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲର ଆଉ ଏକ ଏୟାର ଷ୍ଟ୍ରାଇକ୍‌; ୪୨ ପାଲେଷ୍ଟାଇନ ନାଗରିକ ମୃତ

ଜେରୁଜେଲମ: ଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲ୍ ସେନାର ଆକ୍ରମଣ ଜାରି ରହିଛି। ବିଶେଷକରି ଏଠାରେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ସର୍ଚ୍ଚ ଅପରେସନ୍ ମାଧ୍ୟମରେ ଇସ୍ରାଏଲ ସେନା ଟାର୍ଗେଟ୍ କରିବା ପୂର୍ବକ ଆକ୍ରମଣ କରୁଛି। ତେବେ ଶନିବାର ଗାଜା ସୀମାରେ ଥିବା ନୁସିରାତ ନାମକ ଏକ ଶରଣାର୍ଥୀ ଶିବିରରେ ଇସ୍ରାଏଲର ଯୁଦ୍ଧବିମାନଗୁଡ଼ିକ ଏୟାରଷ୍ଟ୍ରାଇକ୍ କରିଥିବା ଏବଂ ଏହି ଆକ୍ରମଣରେ ଅତି କମ୍‌ରେ ୪୨ପାଲେଷ୍ଟାଇନ୍ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୧୫୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ସାମିଲ ଥିବା କୁହାଯାଉଛି।

ପାଲେଷ୍ଟାଇନ ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ, ଇସ୍ରାଏଲ ସୈନ୍ୟବାହିନୀ ଶୁକ୍ରବାର ସକାଳୁ ଉଭୟ ବିମାନ ଏବଂ ଆର୍ଟିଲିରି ସହିତ ନୁସିରାତରେ ଥିବା ବସ୍ତିବାସିନ୍ଦା ଉପରେ ବୋମା ମାଡ଼ କରୁଛନ୍ତି। ଗାଜା ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ ଶିଶୁ ଓ ମହିଳାଙ୍କ ସମେତ ସାଧାରଣ ନାଗରିକଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଛି ଏବଂ ଗାଜାର ସାଧାରଣ ନାଗରିକଙ୍କ ବିରୋଧରେ ଏହି କାର୍ଯ୍ୟ ବନ୍ଦ କରିବାକୁ ଇସ୍ରାଏଲକୁ ଚାପ ଦେବାକୁ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ କରାଯାଇଛି।

ଏସବୁ ମଧ୍ୟରେ ଗତକାଲି ଇରାନ୍‌ର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇ, ଆମେରିକା ଏବଂ ଇସ୍ରାଏଲ୍‌କୁ ଧମକ ଦେଇ କହିଥିଲେ ଯେ, “ଇରାନ୍ ନିଶ୍ଚିତ ପ୍ରତିଶୋଧ ନେବ। ଇସ୍ରାଏଲ୍ ଉପରେ ପାଲଟା ଆକ୍ରମଣ କରିବ ଇରାନ୍‌।” ଇରାନ ଏବଂ ଏହାର ସହଯୋଗୀମାନଙ୍କୁ ଆଘାତ ଦେଉଥିବା ଦେଶଙ୍କ ବିରୋଧରେ ପ୍ରତିଶୋଧ ନିଆଯିବ ବୋଲି ସେ କହିଥିଲେ। କେବଳ ସେତିକି ନୁହେଁ ସେ ଇରାନ୍ ସେନାକୁ ମଧ୍ୟ ଯୁଦ୍ଧ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖାମେନେଇଙ୍କର ଏପ୍ରକାର ବିବୃତି ପରେ ପରିସ୍ଥିତି ଅଧିକ ଗଣ୍ଡଗୋଳିଆ ହୋଇପଡିଛି। ଖାମେନେଇଙ୍କ ଏପ୍ରକାର ବିବୃତି ଉପରେ ଆଜି ଆମେରିକା ପ୍ରତିକ୍ରିୟା ବ୍ୟକ୍ତ କରିବାକୁ ଯାଇ କହିଛି, ଇସ୍ରାଏଲ ଉପରେ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ। ଏହା ଇରାନକୁ ଆମେରିକାର ସିଧାସଳଖ ଧମକ ବୋଲି ମଧ୍ୟ ଅଭିହିତ କରାଯାଉଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଇରାନକୁ ଧମକ ଦେଇ କହିଛି ଯେ, ଯଦି ଅୟାତୁଲ୍ଲା ଅଲି ଖାମେନଇ ପ୍ରଶାସନ ପୁନର୍ବାର ଉତ୍ତେଜିତ ହୁଅନ୍ତି ତେବେ ଇସ୍ରାଏଲର କଡ଼ା ପ୍ରତିକ୍ରିୟାକୁ ବନ୍ଦ କରିହେବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking