ଭୋପାଳ: ମଧ୍ୟପ୍ରଦେଶ ମଉଗଞ୍ଜରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୬୨ ବର୍ଷୀୟ ଅଜା ୪ ବର୍ଷର ନାତୁଣୀକୁ ଦୁଷ୍କର୍ମ ଉଦ୍ୟମ । ଦୁଷ୍କର୍ମ କରିବା ପରେ ବୃଦ୍ଧ ଜଣକ ଫେରାର ହୋଇଯାଇଥିଲେ । ଏହି ଅଭିଯୋଗ ପରେ ପୋଲିସ ଟିମ ତତ୍ପରତା ଦେଖାଇ ଅଭିଯୁକ୍ତ ଅଜାକୁ ରାସ୍ତାରୁ ଉଠାଇ ଥାନାକୁ ଆଣି ପଚରାଉଚରା କରୁଛି । ଘଟଣା ଶନିବାର ଦିନ ସଂଧ୍ୟାରେ ମଉଗଞ୍ଜ ଥାନା ଅନ୍ତର୍ଗତ ଏକ ଗାଁରେ ରହୁଥିବା ୬୨ ବର୍ଷୀୟ ଅଜା ପୀଡିତା ଶିଶୁଙ୍କୁ ଫୁସୁଲାଇ ନିଜ ଘରକୁ ଆଣିଥିଲେ । ୪ ବର୍ଷୀୟ ନାତୁଣୀକୁ ନିଜ ଘରକୁ ଆଣି କବାଟ ବନ୍ଦ କରିଦେଇଥିଲେ । ଏହାପରେ ଶିଶୁ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଯେତେବେଳେ ପିଲାଟିର କାନ୍ଦ ଶବ୍ଦ ଶୁଣାଯାଇଥିଲା, ସେହି ସମୟରେ ପରିବାର ଲୋକେ ଦୌଡିବାକୁ ଲାଗିଥିଲେ । ଶିଶୁଟି କଷ୍ଟରେ କାନ୍ଦୁଥିବା ପରିବାର ଲୋକ ଘର କବାଟ ଖୋଲି ଦେଖିବାକୁ ପାଇଥିଲେ ।
ପରିବାର ଲୋକର ଶିଶୁକୁ ଧରି ପୋଲିସ ଥାନା ପହଞ୍ଚିଥିଲେ ଏବଂ ଘଟଣାର ସୂଚନା ଦେଇଥିଲେ । ଏପଟେ ଅଜା ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହାପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଖୋଜିବାକୁ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତଙ୍କୁ ପିଛା କରି କିଛି ଘଣ୍ଟାରେ ଗିରଫ କରିଥିଲା । ତେବେ ପୋଲିସ ଖବର ମୁତାବକ, ଅଭିଯୁକ୍ତ ଅଜା ଏକ ସରକାରୀ ବାଙ୍କ କର୍ମଚାରୀ ଭାବେ କାମ କରୁଥିଲେ । ଦୁଇ ବର୍ଷ ପୂର୍ବେ ରିଟାୟର ହେବା ପରେ ଘରେ ଥିଲେ । ମାମଲାରେ ମଉଗଞ୍ଜ ଆଡିସନାଲ ଏସପି ଅନୁରାଗ ପାଣ୍ଡେ କହିଛନ୍ତି, ପରିବାର ଲୋକଙ୍କ ଅଭିଯୋଗ ପରେ ଅଜାକୁ ଗିରଫ କରାଯାଇଛି । ୪ ବର୍ଷର ଶିଶୁ ଦୁଷ୍କର୍ମ ଚେଷ୍ଟା କରୁଥିବା ଅଜାକୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ୩୭୬ ଏବଂ ପୋକସୋ ଆକ୍ଟ ଅଧିନରେ ମାମଲା ଦାୟର ହୋଇଛି । ପିଲାକୁ ଚିକିତ୍ସା ପାଇଁ ହସପିଟାଲ ପଠାଯାଇଛି ।