19.1 C
Bhubaneswar
Saturday, November 23, 2024
Homeଓଡିଶାଯାଜପୁର ରୋଡ଼ରେ କାଳୀପୂଜା, ମlହଲ ସୁନ୍ଦର ତ୍ବରଣ ସାଙ୍ଗଙ୍କୁ ଆକର୍ଷଣୀୟ ସାଜସଜ୍ଜା

ଯାଜପୁର ରୋଡ଼ରେ କାଳୀପୂଜା, ମlହଲ ସୁନ୍ଦର ତ୍ବରଣ ସାଙ୍ଗଙ୍କୁ ଆକର୍ଷଣୀୟ ସାଜସଜ୍ଜା

ଯାଜପୁର: ଯାଜପୁରରୋଡ ବା ବ୍ୟାସନଗର ସହର ରେ କାଳୀ ପୂଜା ର ପୂଜାର ମlହଲ ର ବତା ବରଣ ସୃଷ୍ଟି ହୋଇଛି l ପାଗ ଅନୁକୂଳ ଥିବାର ଦର୍ଶକ ଙ୍କୁ ସଂଖ୍ୟା ଆଶା ସିତ ବୃଦ୍ଧି ପାଇଛି l ପୁଜା ମଣ୍ଡପରେ ଗୁଡ଼ିକ ରେ ପ୍ରସାଦ ସେବନ ଚାଲିଚି l ଏହି ସହର ଗଣପର୍ବ ଭାବେ ପରିଚିତ କାଳୀପୂଜା ମହା ସମାରୋହରେ ପାଳିତ ହେଉଛି l ସହରର ୧୬ ଟି ମଣ୍ଡପରେ ମା ଶ୍ୟାମା କାଳୀ ପୂଜା ପାଉଛନ୍ତି l ଗତ ୩୧ ତାରିଖରେ ଆରମ୍ଭ ହୋଇଥିବା ଏହି ପୂଜା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲୁରହି ୧0 ତାରିଖରେ ରବିବାର ମେଲଣ ଓ ଭସାଣି ଉତ୍ସବ ଅନୁଷ୍ଠିତ ହେବ l ପୂଜା ମଣ୍ଡପ ଗୁଡିକ ପ୍ରତିଯୋଗିତା ମୂଳକ ଭାବେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ସୁନ୍ଦର ତ୍ୱରଣ ଓ ଆଲୋକ ସଜା ସହରର ରୂପରେଖ ବଦଳାଇଦେଇଛି l ବିଭିନ୍ନ ରଙ୍ଗୀନ ଆଲୋକ ମାଳରେ ସହରର ରାସ୍ତା ଘାଟ ଝଲମଲ କରୁଛି l ସତେଯେପରି ଇନ୍ଦ୍ର ମହଲର ଭ୍ରମ ସୃଷ୍ଟି କରିଛି l ଦିନ ବେଳେ ଦୁରଦୂରାନ୍ତ ଲୋକମାନଙ୍କ ସମାଗମ ହେଉଥିବା ବେଳେ ସନ୍ଧ୍ୟାହେଲେ ଦର୍ଶକଙ୍କ ଭିଡ଼ ଜମୁଛି l ମଣ୍ଡପ ଗୁଡିକରେ ମାଙ୍କ ମୁଣ୍ମୟୀ ମୂର୍ତ୍ତି ସାଙ୍ଗକୁ ପୌରାଣିକ, ସାମାଜିକ,ବିଭିନ୍ନ ଘଟଣାବଳି ଓ ଜନସଚେତନତାର ବାର୍ତ୍ତା ବହନ କରୁଥିବା ବାରୂହାଳୀ ମୂର୍ତ୍ତି ମାନ ଶୋଭାପାଉଛି l ମିନବଜାର ସାଙ୍ଗକୁ ଦୋଳି ଓ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ଷ୍ଟଲରେ ଭିଡ଼ ଜମୁଛି l ପୂଜା ମଣ୍ଡପ ନିକଟରେ ପ୍ରତ୍ୟେକ ସନ୍ଧ୍ୟାରେ ଓଡ଼ିଶାର ପ୍ରସିଦ୍ଧ ନାମିଦାମୀ କଣ୍ଠଶିଳ୍ପୀ ମାନଙ୍କୁନେଇ ଭଜନ ସନ୍ଧ୍ୟା ଏବଂ ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି l ପୂଜାରେ ଶାନ୍ତି ଶୃଙ୍ଖଳା ରାକ୍ଷପାଇଁ ଏକ ଶାନ୍ତି କମିଟି ଗଠନ କରାଯାଇଛି l  ପୋଲିସ ପ୍ରଶାସନ ସମସ୍ତ ପୂଜା କମିଟିର ସଦସ୍ୟ ବୁଦ୍ଧିଜୀବୀଙ୍କୁ ନେଇ ଏହି ଶାନ୍ତିକମିଟି ଗଠନ ହୋଇଛି l ପୋଲିସ ପକ୍ଷରୁ ସହରର ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି l ଅସାମାଜିକ ତତ୍ୱ, ଚୋରି, ପକେଟମାରଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ପୂଜା ମଣ୍ଡପ ଓ ବିଭିନ୍ନ ସ୍ଥାନରର ସିସି ଟିଭି ଲଗାଯାଇଛି l ସହର ମଧ୍ୟକୁ ଭାରୀଯାନ ଓ ପ୍ଲାଣ୍ଟ ବସ ପ୍ରବେଶ ଉପରେ ଦିନ ୩ଟା ରୁ ରାତି ୧୧ ଘଟିକା ପର୍ଯ୍ୟନ୍ତ କଟକଣା ରହିଛି l ସହରର ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଚାରି ଚକିଆ ଗାଡିଗୁଡିକ ପ୍ରବେଶ ଉପରେ ରୁଟ ମ୍ୟାପ ଦିଆଯାଇଛି l ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ କାଳୀନ ଗାଡି ପାଇଁ ସ୍ୱତନ୍ତ୍ର ରୂଟ କରାଯାଇଥିଵା ଯାଜପୁରରୋଡ଼ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ କହିଛନ୍ତି l ସହରର ଚୋରଦା ବାଇପାସ ଓ ଗୋପବନ୍ଧୁ ଛକ ନିକଟରେ ୨ଟି ପୋଲିସ କଣ୍ଟ୍ରୋଲ ରୁମ ସହର ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ନୀୟତ୍ରଣ କରୁଚି lଶାନ୍ତି କମିଟି ର ଅଭାହାକ ଵିଦ୍ୟା ଧର ମହାନ୍ତି ପୋଲିସ ପ୍ରଶାସନ ପକ୍ଷରୁ ବିଭନ୍ନ ପୁଜା ମଣ୍ଡପ ପରିଦର୍ଶନ କରି ବିଭନ୍ନ ସମସ୍ୟ କୁ ସମାଧାନ କରିଚନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking