24.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଉତ୍ତରକୋରିଆର ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ

ଉତ୍ତରକୋରିଆର ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ

କିଭ୍‌: ୟୁକ୍ରେନ୍ ବିପକ୍ଷରେ ଯୁଦ୍ଧ ଲଢ଼ୁଥିବା ରୁଷ୍‌କୁ ସହାୟତା କରିବା ପାଇଁ ଉତ୍ତରକୋରିଆ ପଠାଇଥିବା ସୈନ୍ୟଙ୍କ ମଧ୍ୟରୁ ୪୦ ସୈନିକଙ୍କୁ ହତ୍ୟା କରାଯାଇଛି। ୟୁକ୍ରେନୀୟ ସୈନ୍ୟବଳ ଏହି କୋରିଆନ୍ ସୈନିକଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି। ରିପୋର୍ଟ ଅନୁସାରେ ଏହି ଉତ୍ତରକୋରିଆନ୍ ସୈନିକମାନେ ୟୁକ୍ରେନର କୁର୍ସ୍କ ଅଞ୍ଚଳରେ ରୁଷ୍ ସୈନ୍ୟବଳ ସହ ନିୟୋଜିତ ହୋଇଥିଲେ। ତେବେ କିପରି ୟୁକ୍ରେନ ସେନା ତାଙ୍କ ବ୍ରିଗେଡ୍‌ର ୪୦ ସୈନିକଙ୍କୁ ହତ୍ୟା କରିଥିଲେ ସେସମ୍ପର୍କରେ ଜଣେ ଆହତ ଉତ୍ତରକୋରିଆ ସୈନିକ ଦେଇଥିବା ସୂଚନା ଅତ୍ୟନ୍ତ ସ୍ପର୍ଶକାତର ରହିଛି।

ସେ କହିଛନ୍ତି, ସଠିକ୍ ସୂଚନା ଏବଂ ଅସ୍ତ୍ରଶସ୍ତ୍ର ବିନା ଉତ୍ତରକୋରିଆ ସୈନିକମାନଙ୍କୁ ୟୁକ୍ରେନ ସେନା ସହିତ ଯୁଦ୍ଧ କରିବାକୁ ପଠାଯାଉଛି। ସୂଚନାଯୋଗ୍ୟ, ଯେବେଠାରୁ ରୁଷ୍‌କୁ ସହାୟତା କରିବାକୁ ଉତ୍ତରକୋରିଆ ସୈନ୍ୟ ମୁତୟନ ହୋଇଛନ୍ତି ସେବେଠାରୁ ୟୁକ୍ରେନ୍ କେତେକ ବରିଷ୍ଠ କମାଣ୍ଡର ଉତ୍ତରକୋରିଆ ସୈନ୍ୟବାହିନୀର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ୟୁକ୍ରେନ୍ ସେନାଙ୍କ କହିବାନୁସାରେ ଉତ୍ତରକୋରିଆ ସୈନ୍ୟଙ୍କୁ ନେଇ ଭୟଭୀତ ହେବା କିମ୍ବା ସେମାନଙ୍କ ବିଷୟରେ ଅଧିକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking