15.1 C
Bhubaneswar
Monday, February 9, 2026
Homeଖେଳଆର୍‌ସିବିରେ ୨୦୨୭ ପର୍ଯ୍ୟନ୍ତ ରହିବେ କୋହଲି

ଆର୍‌ସିବିରେ ୨୦୨୭ ପର୍ଯ୍ୟନ୍ତ ରହିବେ କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୫ ପାଇଁ ନିକଟରେ ଟିମ୍‌ଗୁଡ଼ିକ ନିଜ ନିଜ ରିଟେନ୍ ଲିଷ୍ଟ ଘୋଷଣା କରିଛନ୍ତି। ଏହି ଅବସରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଟିମ୍ ଷ୍ଟାର୍ ଭାରତୀୟ ବ୍ୟାଟର୍ ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କାରେ ରିଟେନ୍ କରିଛି। ଟିମ୍ କୋହଲିଙ୍କ ବ୍ୟତୀତ ଅନ୍ୟ ଦୁଇ ଖେଳାଳିଙ୍କୁ ମଧ୍ୟ ରିଟେନ୍ କରିଛି। ବିରାଟଙ୍କୁ ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଏତେ ଫି’ ପ୍ରଦାନ କରାଯାଇଛି। ୨୦୦୮ରୁ ଆର୍‌ସିବି ସହ ରହିଆସିଥିବା କୋହଲି ଇତିମଧ୍ୟରେ ସଙ୍କେତ ଦେଇଛନ୍ତି ଯେ ସେ ୨୦୨୭ ପର୍ଯ୍ୟନ୍ତ ଟିମ୍ ସହିତ ରହିବେ। ଯଦି ଏପରି ହୁଏ ତେବେ ଆର୍‌ସିବି ସହିତ ତାଙ୍କର ୨୦ ବର୍ଷ ପୂରଣ ହେବ। ଆଇପିଏଲ୍ ଇତିହାସରେ କୌଣସି ଖେଳାଳି ଗୋଟିଏ ଟିମ୍ ସହ ଏତେ ଲମ୍ବା ସମୟ ଯୋଡ଼ି ରହିବାରେ ସେ ପ୍ରଥମ ଖେଳାଳି ହେବେ।

ବିରାଟ କୋହଲି ଆର୍‌ସିବି ପାଇଁ ଏକ ଖମ୍ଭ ସଦୃଶ୍ୟ। ସେ ଟିମ୍ ପକ୍ଷରୁ ଖେଳି ଚମତ୍କାର ୧୩୧.୯୭ ଷ୍ଟ୍ରାଇକ୍ ରେଟ୍‌ରେ ୮ ହଜାରରୁ ଅଧିକ ରନ୍ କରିସାରିଛନ୍ତି। ଏହା ମଧ୍ୟରେ ୮ ଶତକ ଏବଂ ୫୫ ଅର୍ଦ୍ଧଶତକ ସାମିଲ। କୋହଲି ଆର୍‌ସିବି ବୋଲ୍ଡ ଡାଏରିଜ୍‌ରେ ସଙ୍କେତ ଦେଇ କହିଛନ୍ତି, ଅତିକମ୍‌ରେ ଆଉ ତିନିବର୍ଷ ଖେଳିବା ତାଙ୍କର ଲକ୍ଷ୍ୟ। ସେ କହିଛନ୍ତି ଏହି ସାଇକ୍ଲ ଅନ୍ତରେ ଆର୍‌ସିବିରେ ତାଙ୍କର ୨୦ ବର୍ଷ ପୂରଣ ହେବ ଏବଂ ଏହା ତାଙ୍କ ପାଇଁ ଏକ ବିଶେଷ ଅନୁଭବ ହେବ।

ଗୋଟିଏ ଟିମ୍ ପକ୍ଷରୁ ଏତେ ବର୍ଷ ପର୍ଯ୍ୟନ୍ତ ଖେଳିବେ ସେ କେବେ ଭାବିନଥିଲେ। ମାତ୍ର ଏତେ ବର୍ଷ ମଧ୍ୟରେ ଟିମ୍ ସହିତ ଏକ ଅତୁଟ ସମ୍ପର୍କ ସୃଷ୍ଟି ହୋଇଛି। ସେ ଆହୁରି କହିଛନ୍ତି ଆର୍‌ସିବି ବ୍ୟତୀତ ଅନ୍ୟ କେଉଁଠି ନିଜକୁ ଖେଳୁଥିବା ଦେଖିପାରିବେ ନାହିଁ। ଏପରି ହୋଇଥିବାରୁ ସେ ବେଶ୍ ଖୁସି ଅଛନ୍ତି। ଏହି ଅକ୍ସନ୍ ପରେ ତାଙ୍କୁ ଏକ ନୂଆ ଟିମ୍ ଗଠନ କରିବାର ସୁଯୋଗ ମିଳିଥିବାରୁ ସେ ଏହାକୁ ନେଇ ବିଶେଷ ଉତ୍ସାହିତ ଅଛନ୍ତି। କୋହଲି କହିଛନ୍ତି, ଆର୍‌ସିବିକୁ ଟାଇଟଲ୍ ଜିତାଇବା ତାଙ୍କର ଲକ୍ଷ୍ୟ ରହିଛି। ଏଥିପାଇଁ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦାନ କରିବା ସହିତ ସମସ୍ତଙ୍କ ଗର୍ବିତ ଅନୁଭବ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking