31.1 C
Bhubaneswar
Friday, February 13, 2026
Homeଓଡିଶାସାପ କାମୁଡ଼ାରେ ନାବାଳକର ମୃତ୍ୟୁ

ସାପ କାମୁଡ଼ାରେ ନାବାଳକର ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସିଙ୍ଗିସାରି ଫାଣ୍ଡି ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମର ଜଣେ ନାବାଳକର ବିଷାକ୍ତ ସାପ କାମୁଡ଼ାରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ମୃତ୍ୟୁ ଘଟିଛି। ମୃତ ନାବାଳକ ନୁଆଗୁଡା ଗ୍ରାମର ରାଜମନ ଭତରାର ପୁଅ ପ୍ରହଲ୍ଲାଦ ଭତରା (୧୩) ବୋଲି ଜଣା ପଡ଼ିଛି। ଏ ନେଇ ଆଜି ମୃତ ନାବାଳକର ବାପା ରାଜମନ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁଯାଇ ଡାବୁଗାଁ ଥାନା ସିଙ୍ଗିସାରି ଫାଣ୍ଡି ଅନ୍ତର୍ଗତ ନୂଆଗୁଡା ଗ୍ରାମର ରାଜମନ ଭତରାର ୧୩ ବର୍ଷର ନାବାଳକ ପୁଅ ଶୁକ୍ରବାର ରାତ୍ର ପ୍ରାୟ ୧ଟାରେ ଶୌଚପାଇଁ ଘର ନିକଟ କାଜୁ ବାଡ଼କୁ ଯାଇଥିଲା।

ପରିବାର ଲୋକେ ତୁରନ୍ତ ୧୦୮ ଏମ୍ବୁଲାନ୍ସକୁ ଖବର ଦେଇଥିଲେ ସୁଦ୍ଧା ଏମ୍ବୁଲାନ୍ସ ପହଞ୍ଚିବା ବେଳକୁ ପ୍ରହଲ୍ଲାଦର ମୃତ୍ୟୁ ଘଟିଥିଲା। ଏ ନେଇ ଆଜି ମୃତ ନାବାଳକର ବାପା ରାଜମନ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଆଜି ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ତଦନ୍ତ ସିଙ୍ଗିସାରି ଫାଣ୍ଡି ଅଧିକାରୀ ଏଏସ୍‌ଆଇ ହରିହର ଭତରା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking