ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେମାନେ ଯେଉଁ ଅନ୍ୟାନ୍ୟ , ଅତ୍ୟାଚାର କରିଛନ୍ତି, ସେଥିପାଇଁ ମନରେ ଭୟ । ଲୋକମାନେ କାଳେ କିଛି କରିଦେବେ , ସେଥିପାଇଁ ସୁରକ୍ଷା ନେଇଛନ୍ତି। ମୁଁ ବିରୋଧୀ ଦଳର ନେତା ଥିଲା ବେଳେ ସୁରକ୍ଷା ନେଇ ନ ଥିଲି । ଏବେ ବିଧାୟକ ଭାବେ ବି ସୁରକ୍ଷା ନେଇନାହିଁ । ସେମାନଙ୍କର ଭୟ ଅଛି ସେଥିପାଇଁ ସୁରକ୍ଷା ନେଇଛନ୍ତି । ଯାହା କରିଛନ୍ତି ଲୋକ କାଳେ ବାଡ଼େଇବେ , ସେହି ଭୟ ରହିଛି । ଯେଉଁ ନିୟମ ଅଛି ସରକାର ସେହି ଅନୁସାରେ କରିଛନ୍ତି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।