ବ୍ୟୁରୋ: ସୁଭଦ୍ରା ଯୋଜନାରେ ତିଆରି ହେବ ନୂଆ ଗାଇଡ ଲାଇନ । ଅଯୋଗ୍ୟ ହିତାଧ୍କାରୀ କେମିତି ଟଙ୍କା ପାଇବେ ଏବଂ କିଭଳି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ ହେବେ ସେନେଇ ନୂଆ ଗାଇଡ ଲାଇନ ଆସିବ । ଦିନ ୩ଟାରେ ଏନେଇ ବୈଠକ ବସିବ । ସୁଭଦ୍ରା ଯୋଜନାରେ ଅଯୋଗ୍ୟ ଘୋଷିତ ହୋଇଥ୍ବା ଦୁଇ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ । ଆଉ କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫିକେସନ କରାଯିବ ସେନେଇ ନିଷ୍ପତ୍ତି ହେବ । ଖୁବଶୀଘ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।