31.1 C
Bhubaneswar
Tuesday, March 24, 2026
Homeଓଡିଶାଟ୍ୱିନ ସିଟିରେ ପ୍ରବଳ ବର୍ଷା

ଟ୍ୱିନ ସିଟିରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ମୂଷଳ ଧାରେ ବର୍ଷା ଲାଗି ରହିଛି। ଆସନ୍ତା ୩ ଘଣ୍ଟା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳେ କଟକ ଓ ଭୁବନେଶ୍ୱରରେ ମେଘୁଆ ପାଗ ଥିଲା। ପରେ ପରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଟ୍ୱିନ ସିଟିରେ ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମି ଯାଇଛି। କଟକର ବାଦାମ ବାଡ଼ି ଅଞ୍ଚଳ ସମେତ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଫଳରେ ଲୋକମାନେ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ସିଏସି ପକ୍ଷରୁ ୱାଟର ପମ୍ପ ମାଧ୍ୟମରେ ପାଣିକୁ ନିଷ୍କାସନ କରାଯାଇଛି। ସେହିପରି ରାଜଧାନୀରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking