25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଭାରତ ସହ ଲାଗିଲେ ଛାଡ଼ିବୁନି : ମୋଦି

ଭାରତ ସହ ଲାଗିଲେ ଛାଡ଼ିବୁନି : ମୋଦି

ଗାନ୍ଧୀନଗର: ଗୁଜରାଟ କେୱାଡିଆରୁ ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନାଲିଆଖି। ଯିଏ ବି ଭାରତ ସହ ଲାଗିବ ତାକୁ ଛଡ଼ାଯିବନି। ଆତଙ୍କୀଙ୍କୁ ଏଭଳି ଢଙ୍ଗରେ ଖୋଲା ଚେତାବନୀ ଦେଇଛନ୍ତି ପିଏମ୍ ମୋଦି। ଏଥିସହ ଅର୍ବାନ ନକ୍ସଲକୁ ଟାର୍ଗେଟ କରିଛନ୍ତି। ଭାରତ ୱାନ ନେସନ ୱାନ ଇଲେକ୍ସନ ଓ ସେକୁଲାର ସିଭିଲ କୋଡ ଦିଗରେ ଆଗକୁ ବଢୁଛି ବୋଲି ମୋଦି କହିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସମଗ୍ର ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ଏକତାର ଶପଥ ପାଠ କରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏହି ଅବସରରେ ପୂର୍ବ ସରକାର ଉପରେ ବର୍ଷିଛନ୍ତି ପିଏମ୍। ପୂର୍ବ ସରକାରଙ୍କ ନୀତି ଓ ଭେଦଭାବ ମନୋଭାବ ଦେଶର ଏକତାକୁ ଦୁର୍ବଳ କରିଥିଲା। ଗତ ୧୦ ବର୍ଷରେ ଦେଶରେ ସୁଶାସନର ନୂଆ ମଡେଲ ଭେଦଭାବକୁ ସମାପ୍ତ କରିଛି ବୋଲି ମୋଦି କହିଛନ୍ତି। ସେହିପରି ଜମ୍ମୁ କଶ୍ମୀରରେ ଧାରା ୩୭୦ ଦେଶରେ ଏକ କାନ୍ଥ ସଦୃଶ ଥିଲା। ଲୋକଙ୍କୁ ସାମ୍ବିଧାନିକ ଅଧିକାରଠାରୁ ବଞ୍ଚିତ ରଖୁଥିଲା। ଆମେସେହି କାନ୍ଥକୁ ମାଟିରେ ମିଶାଇ ଦେଇଛୁ ବୋଲି ମୋଦି କହିଛନ୍ତି। ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ଜମ୍ମୁ କଶ୍ମୀର ବାସିନ୍ଦାଙ୍କ ଭୂମିକାକୁ ପ୍ରଶଂସା କରିବା ସହ ତାଙ୍କୁ ସାଲୁଟ ଜଣାଇଛନ୍ତି ମୋଦି। ସେହିପରି ଆଧାର କାର୍ଡ ସଫଳତା ସଂପର୍କରେ କହିବା ସହ ଆଜି ସାରା ଦୁନିଆ ଏହାର ଚର୍ଚ୍ଚା କରୁଛି ବୋଲି ମୋଦି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking