23.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶବିବାହ ପ୍ରତିଶ୍ରୁତିରୁ ଓହରିଯିବା ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ : କେରଳ ହାଇକୋର୍ଟ

ବିବାହ ପ୍ରତିଶ୍ରୁତିରୁ ଓହରିଯିବା ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ : କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | କୋର୍ଟ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୬ ଅର୍ଥରେ ବିବାହ କରିବାର ପ୍ରତିଶୃତି ଦେଇ ସେଥିରୁ ଓହରିଗଲେ ତାହାକୁ ଆତ୍ମହତ୍ୟା ପାଇଁ ଉସୁକେଇବା ବୋଲି ବିବେଚନା କରାଯିବ ନାହିଁ। ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଡିସଚାର୍ଜ ଆବେଦନକୁ ଗ୍ରହଣ କରି କୋର୍ଟ ଏହି କଥା କହିଛନ୍ତି। ରିପୋର୍ଟ ଅନୁଯାୟୀ ଜଷ୍ଟିସ୍ ସିଏସ୍ ସୁଧାଙ୍କ ଖଣ୍ଡପୀଠ ସମ୍ପର୍କ ଭାଙ୍ଗିବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗର ଶୁଣାଣି କରିଥିଲେ । ବାସ୍ତବରେ ଅଞ୍ଜୁ ନାମକ ମହିଳା ଆତ୍ମହତ୍ୟା କରିବା ପରେ ତାଙ୍କ ଭଉଣୀ ଅଭିଯୋଗ ଆଣିଥିଲେ ଯେ ସରକାରୀ ଚାକିରି ପାଇବା ପରେ ଅଭିଯୁକ୍ତ ବିଜୁ କୁମାର ବିବାହ ପାଇଁ ମନା କରିଦେଇଥିଲେ।

ଏହାପରେ ସମ୍ପର୍କ ଖରାପ ହେବା ପରେ ଅଞ୍ଜୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।ମୃତ ମହିଳାଙ୍କ ଭଉଣୀ ଅଭିଯୋଗ ଆଣିଥିଲେ ଯେ ବିଜୁ କୁମାର ସରକାରୀ ଚାକିରି ପାଇବା ପରେ ଯୌତୁକ ମାଗିଥିଲେ ଆଉ ଏହି ଘଟଣାକୁ ନେଇ ତାଙ୍କ ଭଉଣୀ ମାନସିକ ଅବସାଦରେ ରହୁଥିଲେ। ଶେଷରେ ସେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ବିବାହ ପାଇଁ ମନା କରିବା ଓ ଆତ୍ମହତ୍ୟା ପାଇଁ ଉସୁକେଇବା ଅଭିଯୋଗ କରାଯାଇଥିଲା। ଅସ୍ୱାଭାବିକ ମୃତ୍ୟୁ ପାଇଁ ସିଆରପିସିର ଧାରା ୧୭୪ ଅନୁଯାୟୀ ଏକ ପ୍ରାଥମିକ ରିପୋର୍ଟ ଦାଖଲ କରାଯାଇଥିଲା। ତେବେ, ଅନୁସନ୍ଧାନ ପରେ ଅଞ୍ଜୁଙ୍କ ଡାଏରୀରେ ଲେଖା ହୋଇଥିବା ସୂଈସାଇଡ ନୋଟକୁ ଆଧାର କରି ବିଜୁ କୁମାରଙ୍କ ନାମରେ ଧାରା ୩୦୬ ଆଇପିସି ଅଧୀନରେ ଗିରଫ କରାଯାଇଥିଲା। ଏହାପରେ ଅଭିଯୁକ୍ତଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ କହିଛନ୍ତି ଯେ କୌଣସି ଉଦ୍ଦେଶ୍ୟ ବିନା କ୍ରୋଧ କିମ୍ବା ଭାବନାରେ କୁହାଯାଇଥିବା ଶବ୍ଦକୁ ଉସୁକେଇବା ବୋଲି କୁହାଯାଇପାରିବ ନାହିଁ। କୋର୍ଟ କହିଛନ୍ତି ଯେ ଯଦି ଆତ୍ମହତ୍ୟା କରିବାକୁ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ଠୋସ୍ ପ୍ରମାଣ ନଥାଏ, ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking