20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶନାଇମ୍ କାସିମ୍ ହିଜବୁଲ୍ଲାର ନୂଆ ମୁଖ୍ୟ

ନାଇମ୍ କାସିମ୍ ହିଜବୁଲ୍ଲାର ନୂଆ ମୁଖ୍ୟ

ତେହରାନ୍‌: ଇରାନ୍ ସମର୍ôଥତ ତଥା ଲେବାନନ୍ ସ୍ଥିତ ଆତଙ୍କବାଦୀ ସଂଗଠନ ‘ହିଜବୁଲ୍ଲା’ ଏହାର ନୂଆ ମୁଖ୍ୟ ଭାବେ ଉପମହାସଚିବ ଶେଖ୍ ନାଇମ୍ କାସିମଙ୍କୁ ମନୋନୀତ କରିଛି। ଇସ୍ରାଏଲ୍ ସେନାର ଆକ୍ରମଣରେ ହସନ ନସରଲ୍ଲାଙ୍କ ମୃତ୍ୟୁ ପରେ ହିଜବୁଲ୍ଲା, ଏହି ଗୁରୁତ୍ୱପୂର୍ଣ୍ଣ ପଦରେ କାସିମ୍‌ଙ୍କୁ ଅବସ୍ଥାପିତ କରିବା ସମ୍ପର୍କରେ ମଙ୍ଗଳବାର ଘୋଷଣା କରିଛି। ହିଜବୁଲ୍ଲା ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତି ଅନୁସାରେ ସଂଗଠନ ପକ୍ଷରୁ ସଂଗଠନର ଉପମହାସଚିବ ଭାବେ ଦାୟିତ୍ୱ ନିର୍ବାହ କରିଆସୁଥିବା ନାଇମ୍ କାସିମ୍‌ଙ୍କୁ ନୂତନ ନେତା ଭାବେ ଚୟନ କରାଯାଇଛି। ସର୍ବସହମତିକ୍ରମେ କାସିମ୍ ହିଜବୁଲ୍ଲାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ। ସେପ୍ଟେମ୍ବର ୨୭ରେ ବେରୁଟ ପ୍ରାନ୍ତରେ ଇସ୍ରାଏଲ୍ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ ହସନ ନସରଲ୍ଲା ନିହତ ହୋଇଥିଲେ। ସେବେଠାରୁ ନାଇମ୍ କାସିମ୍ ହିଜବୁଲ୍ଳା ସଂଗଠନ ପାଇଁ କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ। ନାଇମ୍ କାସିମ୍‌, ହସନ୍ ନସରଲ୍ଲାଙ୍କ ମୁଖ୍ୟ ସହଯୋଗୀ ତଥା ଅତ୍ୟନ୍ତ ଘନିଷ୍ଠ ଭାବେ ବେଶ୍ ଜଣାଶୁଣା। ନସରଲ୍ଲାଙ୍କ ନିର୍ଦ୍ଦେଶ ପଛରେ ମୁଖ୍ୟତଃ ନାଇମ୍ କାସିମ୍‌ଙ୍କ ପରାମର୍ଶ ହିଁ ରହିଥାଏ ବୋଲି ବିବେଚନା କରାଯାଏ। ତେବେ ନାଇମ୍ କାସିମ୍‌ଙ୍କୁ ନୂତନ ମୁଖ୍ୟ ଭାବେ ଅବସ୍ଥାପିତ କରିବା ସମ୍ପର୍କୀତ ନିଜ ବିବୃତ୍ତିରେ ହିଜବୁଲ୍ଲା ଦର୍ଶାଇଛି ଯେ, ଏହାର ସୁରା କାଉନସିଲ ଏହା ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ କରି ନାଇମ କାସିମଙ୍କୁ ନୂତନ ମୁଖ୍ୟ ( ମହା ସଚିବ) ଭାବରେ ଚୟନ କରିଛି। ନସରଲ୍ଲାଙ୍କ ଭଳି କାସିମ ମଧ୍ୟ ହେଜବୁଲ୍ଲାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ। ନାଇମ୍ କାସିମ୍ ଏପରି ଏକ ସମୟରେ ହିଜବୁଲ୍ଲା ସଂଗଠନର ନେତୃତ୍ୱ ନେଉଛନ୍ତି ଯେତେବେଳେ ଇସ୍ରାଏଲ ସେନା ଆକ୍ରମଣ କରି ଏହାକୁ ଦୋହଲାଇ ଦେଇଛି। ଆମେରିକା ସମେତ ପାଶ୍ଚାତ୍ୟ ଦେଶର ଅନେକ ଦେଶ ହିଜବୁଲ୍ଲାକୁ ଆତଙ୍କବାଦୀ ସଂଗଠନ ଭାବେ ବିବେଚନା କରୁଛନ୍ତି। ନସରଲ୍ଲାଙ୍କ ଭଳି କାସିମକୁ ବି ଆମେରିକା ସମେତ ଅନେକ ପାଶ୍ୟାତ୍ୟ ଦେଶ ଆତଙ୍କବାଦୀ ଘୋଷଣା କରିସାରିଛନ୍ତି। ପ୍ରକାଶ, ହସନ୍ ନସରଲ୍ଲା ଦୀର୍ଘ ୩ ଦଶନ୍ଧି ଧରି ହିଜବୁଲ୍ଲା ସଂଗଠନର ନେତୃତ୍ୱ ନେଇଆସୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking