30.1 C
Bhubaneswar
Wednesday, October 30, 2024
Homeଦେଶ ବିଦେଶତିହାର ଜେଲ ୱାର୍ଡେନ ଚଲାଉଥିଲେ ଡ୍ରଗ୍ସ ରାକେଟ

ତିହାର ଜେଲ ୱାର୍ଡେନ ଚଲାଉଥିଲେ ଡ୍ରଗ୍ସ ରାକେଟ

ନୂଆଦିଲ୍ଲୀ: ଜେଲ ୱାର୍ଡେନ ଚଲାଉଥିଲେ ଡ୍ରଗ୍ସ ରାକେଟ । ପୋଲିସ ଜାଣିବା ପରେ ୯୫ କେଜିର ଡ୍ରଗ୍ସ ଜବତ କରିଛି । ଦିଲ୍ଲୀ ତିହାର ଜେଲର ୱାର୍ଡେନ ରାକେଟ ଚଲାଉଥିବା ପୋଲିସ ଜାଣିବାକୁ ପାଇଛି । ଏନସିବି ଅପରେସନ ୟୁନିଟ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମିଳିତ ଭାବେ ଲ୍ୟାବ ଉପରେ ଚଢଉ କରିଛି । ପ୍ରାଥମିକ ରିପୋର୍ଟ ଅନୁସାରେ, ତିହାର ଜେଲର ୱାର୍ଡେନ ନୋଏଡାର ଗୌତମ ବୁଦ୍ଧ ନଗରରେ ଏକ ମେଥ୍ (ମେଥାମଫେଟାମିନ ଡ୍ରଗ୍ ) ଲ୍ୟାବ୍ ଚଳାଇଥିଲେ । ଏହି ଲ୍ୟାବକୁ ସେ ମୁମ୍ବାଇର ଜଣେ କେମିଷ୍ଟଙ୍କ ସହଯୋଗରେ ପରିଚାଳିତ କରୁଥିଲେ । ସେମାନଙ୍କ ସହ ଦିଲ୍ଲୀର ଜଣେ ବ୍ୟବସାୟୀ ମଧ୍ୟ ସାମିଲ ଥିଲେ ।

ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅକ୍ଟୋବର ୨୫ରେ ଏହି ଲ୍ୟାବ୍ ଉପରେ ଚଢାଉ କରି ୯୫ କେଜିର ମେଥାମଫେଟାମିନ ଡ୍ରଗ୍ସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦିଲ୍ଲୀର ଜଣେ ବ୍ୟବସାୟୀ ରହିଛନ୍ତି । ତେବେ ଗିରଫ ବ୍ୟକ୍ତି ଏହି ଡ୍ରଗ୍ ଲ୍ୟାବ୍ ପରିଚାଳନା ମାମଲାରେ ତିହାର ଜେଲ୍ ୱାର୍ଡେନଙ୍କ ସମ୍ପୃକ୍ତି ଥିବା କହିଥିଲେ । ୱାର୍ଡେନ ତାଙ୍କୁ ଡ୍ରଗ୍ ଉତ୍ପାଦନ ପାଇଁ ଆବଶ୍ୟକ ରାସାୟନିକ ପଦାର୍ଥ ଏବଂ ଯନ୍ତ୍ରପାତି କିଣିବାରେ ସାହାଯ୍ୟ କରିଥିଲେ । ଚଳିତବର୍ଷ ଏନସିବି ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ୫ଟି ସ୍ଥାନରେ ଥିବା ଗୁପ୍ତ ଲ୍ୟାବ ଉପରେ ଚଢାଉ କରିଥିଲା । ଏଠାରେ ବିପୁଳ ପରିମାଣରେ ନକଲି ଜିନିଷ ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking