ବ୍ୟୁରୋ : ମୋମୋଜ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଲୋକେ ଅସୁସ୍ଥ ଅଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଘଟଣା ହାଇଦ୍ରାବାଦରେ ଘଟିଛି । ଏକ ରାସ୍ତା କଡରେ ଥିବା ମୋମୋଜ ଦୋକାନରୁ ଖାଇବା ପରେ ଏଭଳି ପରିସ୍ଥିତି ଉପୁଜିଛି । ପୁଲିସ ସୂଚନା ମୁତାବକ , ୩୧ ବର୍ଷୀୟ ମହିଳା ରେଶମା ବେଗମଙ୍କ ମୃତ୍ୟୁ ହୋଇଛି । ଏଥିସହ ତାଙ୍କର ଦୁଇ ନାବାଳିକା ଝିଅ ଗୁରୁତର ଅସୁସ୍ଥ ଅଛନ୍ତି । ଫୁଡ ପଏଜନ ହୋଇ ଲୋକେ ଅସୁସ୍ଥ ହୋଇଥିବା କୁହାଯାଉଛି । ଅସୁସ୍ଥ ଲୋକଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ରେଶମାଙ୍କ ମୃତ୍ୟୁ ହୋଇଛି ।