32.1 C
Bhubaneswar
Wednesday, October 30, 2024
Homeଓଡିଶାଗର୍ଭ ଯନ୍ତ୍ରଣାରେ କର୍ମଚାରୀ  ଛଟପଟ :  ଛାଡିଲେନି ସିଡିପିଓ , ଶିଶୁ ମୃତ

ଗର୍ଭ ଯନ୍ତ୍ରଣାରେ କର୍ମଚାରୀ  ଛଟପଟ :  ଛାଡିଲେନି ସିଡିପିଓ , ଶିଶୁ ମୃତ

ବ୍ୟୁରୋ : ଗର୍ଭବତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି ।   କର୍ମ କ୍ଷେତ୍ରରେ ବି  ଗର୍ଭବତୀଙ୍କ ଚିକିସ୍ଛା , ଯତ୍ନ ନେଇ  ଅନେକ ଗୁରୁତ୍ୱ  ଦିଆଯାଉଛି । ହେଲେ ଏହା ସତ୍ତ୍ୱେ ଜଣେ ଗର୍ଭବତୀ କର୍ମଚାରୀଙ୍କୁ  ଉପରିସ୍ଥ ଅଧିକାରୀ ଅସହେଯାଗ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା , ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱିତ ବିଭାଗରୁ ଆସିଛି ଏଭଳି  ଅଭିଯୋଗ ।  ବର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା  ମହିଳା କର୍ମଚାରୀଙ୍କୁ  ସିଡିପିଓ ଡାକ୍ତରଖାନା ଛାଡିନଥିବାରୁ  ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି । ଏହାକୁ ନେଇ ଏକ ଭାଇରାଲ ଭିଡିଓ ନଜରକୁ ଆସିଛି ।  ଅଭିଯୋଗ ଅନୁସାରେ ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱୟ ବିଭାଗରେ  କାର୍ଯ୍ୟରତ ବରିଷ୍ଠ ମହିଳା କିରାଣୀ ବର୍ଷା ପ୍ରିୟଦର୍ଶନୀ ମହାପାତ୍ରଙ୍କୁ  ଗତ ଶୁକ୍ରବାର କାର୍ଯ୍ୟାଳୟରେ  ଥିବାବେଳେ ହଠାତ  ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା  । ୭ ମାସର ଗର୍ଭବତୀ ଥିଲେ ବର୍ଷା । ଯେତେବେଳେ  ସେ ସିଡିପିଓ  ସ୍ନେହଲତା ସାହୁଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ମାଗିଥିଲେ  ସେ ଅନୁମତି ଦେଇନଥିଲେ । ଓଲଟି ଦୁର୍ବ୍ୟବହାର କରିଥିଲେ । ଏନେଇ ପରିବାର ଲୋକେ  ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି ।  ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking