28.7 C
Bhubaneswar
Saturday, June 13, 2026
Homeଓଡିଶାଭୁବନେଶ୍ୱରଲିଙ୍ଗରାଜରେ ଫଟୋ ଉଠାଇ ବିବାଦରେ: ଶିଳ୍ପା ସେଟ୍ଟୀ

ଲିଙ୍ଗରାଜରେ ଫଟୋ ଉଠାଇ ବିବାଦରେ: ଶିଳ୍ପା ସେଟ୍ଟୀ

ଭୁବନେଶ୍ବର: ସୋମବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ଅଛନ୍ତି। ଶିଳ୍ପା ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲିଙ୍ଗରାଜ ମନ୍ଦିରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ ଆଉ ଫଟୋ ଉଠାଇଲେ ସେନେଇ ବିବାଦ ଏବେ ଜୋର ଧରିଛି। ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇନଥିଲା କି ଏହା ଏବେ ସମସ୍ତଙ୍କ ମନରେ ବଡ ପ୍ରଶ୍ନ। ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ ଅଛି ବୋଲି ସମସ୍ତେ ପ୍ରଶ୍ନ କରୁଥିବାବେଳେ। କୁହାଯାଉଛି ଶିଳ୍ପାଙ୍କ ସହ ଫଟୋରେ ଥିବା ବ୍ୟକ୍ତି ଜଣକ ଜଣେ ସେବାୟତ । ଲିଙ୍ଗରାଜ ମନ୍ଦିରରେ ବାରମ୍ବାର ଏଭଳି ଆଇନର ଉଲ୍ଲଙ୍ଘନ ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking