25.1 C
Bhubaneswar
Thursday, March 26, 2026
Homeଓଡିଶାଦୀପାବଳି ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ ପୁଲିସ୍‌

ଦୀପାବଳି ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ ପୁଲିସ୍‌

ଭୁବନେଶ୍ୱର: ଦୀପାବଳିରେ ବାଣ ବିକ୍ରି ପାଇଁ ରାଜଧାନୀରେ ହୋଇଛି କଡ଼ା ନିୟମ। ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ସୁପ୍ରିମକୋର୍ଟର ନିୟମ ଅନୁଯାୟୀ ବାଣ ଫୁଟାଯିବ। ବିପଦଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ପାଇଁ ବାରଣ କରାଯାଇଛି। ଗ୍ରୀନ କ୍ରାକର ବିକ୍ରି ପାଇଁ କୁହାଯାଇଛି। ମନ ଇଛା ବାଣ ବିକ୍ରି କରିପାରିବେନି ଖୁଚୁରା ବାଣ ଦୋକାନୀ। ଗୋଟିଏ ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ୨୫ଟି ସ୍ଥାନରେ ବାଣ ବିକ୍ରି ପାଇଁ ମିଳିଛି ଅନୁମତି। ଏଯାବତ ୨୦୦ ଦୋକାନୀଙ୍କୁ ବାଣ ବିକ୍ରି ପାଇଁ ଅନୁମତି ମିଳିଛି। ତେବେ ଲୁଚା ଛପାରେ ବାଣ ବିକିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଣ ବିକ୍ରି ପାଇଁ ନିର୍ଦ୍ଧାରିତ ୨୫ଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟତ୍ର ବାଣ ବିକ୍ରି କରିପାରିବେ ନାହିଁ ଖୁଚୁରା ଦୋକାନୀ। ଏପରିକି ମହମବତୀ ଓ ଦୀପ ବିକିବା ଆଳରେ ବାଣ ବିକ୍ରି ବା ଅସ୍ଥାୟୀ ସିଜିନର ସେଣ୍ଟର ଭଳି ଚା ଦୋକାନ ଆଗରେ ଓ ପୂଜା ସାମଗ୍ରୀ ଦୋକାନ ଆଗରେ ମଧ୍ୟ ବାଣ ବିକ୍ରି କରିପାରିବେ ନାହିଁ ବାଣ ବ୍ୟବସାୟୀ। ଛୋଟ ହେଉ ବା ବଡ଼ ବାଣ ଏପରି ସର୍ବସାଧାରଣରେ ବାଣ ବିକ୍ରି ଉପରେ ରହିଛି କଟକଣା। ନିୟମ ଅନୁସାରେ, ବିଏମସି ଓ ଅଗ୍ନିଶମ ଓ ପୋଲିସଠାରୁ ଲାଇସେନ୍ସ ନେଇ ବାଣ ବିକ୍ରି କରିପାରିବେ ଦୋକାନୀପ୍ରତ୍ୟେକ ସ୍ଥାନରେ କ୍ଲଷ୍ଟର ବ୍ୟବସ୍ଥା ହୋଇଛି। ଗୋଟିଏ ଲେଖାଏଁ କ୍ଲଷ୍ଟରରେ ୫୦ରୁ ଅଧିକ ବାଣ ଦୋକାନ ରହିବ । ଏଥିପାଇଁ ବାଣ ଦୋକାନ ମଧ୍ୟରେ ଦୂରତା ୩ ମିଟର ରହିବ। ପ୍ରତ୍ୟେକ ବାଣ ଦୋକାନୀ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ନିୟମାବଳୀ ଅନୁଯାୟୀ ବାଣ ବିକ୍ରି କରିବେ। ବାଣ ଦୋକାନ ପାଖରେ ଅଘଟଣ ଏଡାଇବାକୁ କମ୍ବଳ ଓ ପାଣି ବାଲ୍ଟି ଓ ବାଲି ବସ୍ତା ଆଦି ରଖାଯିବ। ନିଆଁ ଲିଭାଯନ୍ତ୍ର ସହ ବିଦ୍ୟୁ ତ ସରଞ୍ଜାମ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଖଣ୍ଡଗିରି ଥାନା ଅଞ୍ଚଳର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ବାଣ ବିକ୍ରି କରାଯିବ। ସେହିପରି ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା ଯାତ୍ରା ପଡିଆ, ଖଣ୍ଡଗିରି ଥାନା ଅଞ୍ଚଳର ଆଇଗିଣିଆ ଛକ ଓଉଇଜ ଗେଟ୍ ପାଖ ପଡିଆ,ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ବାହାଦଲପୁର ମଶାଣି ପଡିଆ, ଜଟଣୀ ଥାନା ଅଞ୍ଚଳର ରାମଚନ୍ଦ୍ରପୁର ଶରତ ପାଇକରାୟ ଷ୍ଟାଡିୟମର ପଛ ପାଖ ପଡ଼ିଆ, ପାହାଳ ଥାନା ଅଞ୍ଚଳର ପୁରୁଣା ପୋଲିସ ଫାଣ୍ଡି ସାମ୍ନା ଛକ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଆରଟିଓ ଟ୍ରେନିଂ ପଡି଼ଆ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର କ୍ଲବ ଟାଉନ ପଡିଆ,ଚନ୍ଦ୍ରଶେଖରପୁର ଥାନା ପଦ୍ମାବତୀ ବିହାର ଭଙ୍ଗା ପଡିଆ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଡ଼ମଣା କ୍ଲବ ପଡିଆ, ସହିଦନଗର ଥାନା ଅଞ୍ଚଳ ନନ୍ଦନକାନନ ଅଫିସ ପଛପଟ ଶହୀଦନଗର ହାଟ ସାମ୍ନା ପଡିଆ, ଇନଫୋସିଟି ଥାନା ଅଞ୍ଚଳର ପ୍ରଶାନ୍ତି ବିହାର ଦୁର୍ଗାପୂଜା ପଡିଆ, ନୟାପଲ୍ଲୀ ଥାନା ଅଞ୍ଚଳର କସ୍ତୁରବା ଖେଳ ପଡିଆ ବା ଧୋବଣୀ ପୋଡି ପଡିଆ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଲକ୍ଷ୍ମୀସାଗର ମେଳନ ପଡିଆ, ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଫୁଟବଲ ପଡିଆ, ନୟାପଲ୍ଲୀ ଥାନା ଅଞ୍ଚଳର ଦୁର୍ଗାପୁଜା ମଣ୍ଡପ ପଡିଆ, ମଞ୍ଚେଶ୍ୱର ଥାନା ଅଞ୍ଚଳର ରସୁଲଗଡ ଦୁର୍ଗାପୂଜା ପଡିଆ (ରସୁଲଗଡ), ମଞ୍ଚେଶ୍ୱର ଥାନା ଅଞ୍ଚଳର ବିଜୁ ପଟ୍ଟନାୟକ ପଡିଆ, ମଞ୍ଚେଶ୍ୱର ଥାନା ଅଞ୍ଚଳର ଧିରିକୁଟ ସାହି ଖେଳ ପଡିଆ, ବଡଗଡ ଥାନା ଅଞ୍ଚଳର ବଡଗଡ ବ୍ରିଟ କଲୋନି ମାର୍କେଟ ସ୍କୁଲ ପାଖ ମଶାଣି ପଡିଆ, ବଡଗଡ ଥାନା ଅଞ୍ଚଳର ବିଡିଏ ମାର୍କେଟ ପଛ ପାଖ ପଡିଆ, କ୍ୟାପିଟାଲ ଥାନା ଅଞ୍ଚଳର ୟୁନିଟ-୧ ହାଇସ୍କୁଲ ପଛ ପାଖ ପଡିଆ, ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ କୂଳ ପାଖ ନିଶାରାଣୀ ପଡିଆ, ତମାଣ୍ଡୋ ଥାନା ଅଞ୍ଚଳର ତମାଣ୍ଡୋ କ୍ରିକେଟ ଖେଳପଡିଆ ଓ ବାଲିଅନ୍ତା ଭିଙ୍ଗାରପୁର ମଶାଣି ପଡିଆ।

ବେଆଇନ ବାଣ ବିକ୍ରି ଓ ବାଣ ଦୋକାନରେ ବେଆଇନ ଭାବେ ବାଣ ବିକୁଥିଲେ ଚଢାଉ କରିବ ଟିମ୍ । ଏନେଇ ୨ଟି ଟିମ ଗଠନ କରାଯାଇଛି। ଏସିପି କୃଷ୍ଣପ୍ରସାଦ ମିଶ୍ର ଓ ଅମିତାଭ ମହାପାତ୍ର ନେତୃତ୍ୱରେ ୨ଟି ଟିମ ଗଠନ କରାଯାଇଛି। ଯେଉଁଠି ଜୋନ ୧, ଜୋନ ୨ ଓ ଜୋନ ୩ ଅଞ୍ଚଳରେ ବେଆଇନ ବାଣ ବିକ୍ରି ଉପରେ ଅମିତାଭ ମହାପାତ୍ରଙ୍କ ଟିମ୍ ଚଢାଉ କରିବେ। ସେହିପରି ଜୋନ ୪, ଜୋନ ୫ ଓ ଜୋନ ୬ର ଥାନା ଅଞ୍ଚଳରେ ରେଡ କରିବେ କୃଷ୍ଣପ୍ରସାଦ ମିଶ୍ରଙ୍କ ଟିମ୍‌। ବାଣ ବିକ୍ରେତାଙ୍କ ପାଖରେ ଲାଇସେନ୍ସ ଥିବା ବାଧ୍ୟତାମୂଳକ। ଏକ୍ସପ୍ଲୋସିଭ ଆକ୍ଟର ନିୟମ ଅନୁସାରେ, ବାଣ ବିକ୍ରି କରିବେ। ଏଥିପାଇଁ ବାଣ ବିକ୍ରି ପାଇଁ ଦିଆଯାଇଥିବା ଲାଇସେନ୍ସର ନିୟମ ପାଳନ କରୁଛନ୍ତି କି ନାହିଁ ଚେକିଂ କରାଯିବ। ୧୨୫ ଡେସିମଲରୁ ଅଧିକ ଶବ୍ଦ କରୁଥିବା ବାଣ ବିକ୍ରି କରିପାରିବେ ନାହିଁ। ବାଣର ପ୍ୟାକେଟ ଉପରେ ବାଣ ମାନୁଫ୍ୟାକ୍ଚର ତାରିଖ ଓ ଏକ୍ସପାରି ତାରିଖ ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking