29.1 C
Bhubaneswar
Monday, March 30, 2026
Homeଦେଶ ବିଦେଶତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ

ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଥିବା ଇସ୍କନ ମନ୍ଦିରକୁ ବୋମା ଧମକ ମିଳିଛି। ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିକଟରେ ଲଗାତାର ଭାବେ ଭାରତୀୟ ବିମାନକୁ ବୋମା ଧମକ ମିଳିବା ପରେ ଦୁଇ ଦିନ ହେବ ପ୍ରସିଦ୍ଧ ହୋଟେଲଗୁଡିକୁ ଏପରି ଧମକପୂର୍ଣ୍ଣ ଇମେଲ୍ କରାଯାଉଥିଲା।

ଏସବୁ ମଧ୍ୟରେ ତିରୁପତିର ପ୍ରସିଦ୍ଧ ଇସ୍କନ ମନ୍ଦିରକୁ ବୋମା ଧମକ ମିଳିଛି। ପୁଲିସର ସୂଚନାନୁସାରେ, ଇସ୍କନ ମନ୍ଦିରର କର୍ମଚାରୀମାନେ ଅକ୍ଟୋବର ୨୭ରେ ଏକ ଇମେଲ ପାଇଥିଲେ, ଯେଉଁଥିରେ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ତୁରନ୍ତ ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ବୋମା ନିଷ୍କ୍ରିୟ ସ୍କ୍ୱାଡ୍ ଏବଂ ଡଗ୍ ସ୍କ୍ୱାଡ୍ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ମନ୍ଦିରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଇଥିଲା।

କିନ୍ତୁ ମନ୍ଦିରରୁ ସେପରି କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ଅନ୍ୟ ଆପତ୍ତିଜନକ ଜିନିଷ ମିଳିନଥିଲା। କେହି ଜାଣିଶୁଣି ଏପରି ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି। ଏହାପୂର୍ବରୁ ଅକ୍ଟୋବର ୨୬ରେ ମଧ୍ୟ ତିରୁପତିର ଦୁଇଟି ପ୍ରତିଷ୍ଠିତ ହୋଟେଲକୁ ବୋମା ଧମକ ମିଳିଥିଲା। ତଦନ୍ତ ପରେ କୌଣସି ସାମଗ୍ରୀ ମିଳିନଥିଲା। କେହି ମିଛ ରିପୋର୍ଟ ଦେଇ ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି। ଭାରତୀୟ ବିମାନ ଏବଂ ହୋଟେଲଗୁଡିକୁ ମଧ୍ୟ ଲଗାତାର ଭାବେ ଏପରି ଆତଙ୍କ ସୃଷ୍ଟିକାରୀ କଲ୍ ଓ ମେସେଜ୍ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking