ବ୍ୟୁରୋ: ବାତ୍ୟା ଦାନା ଓଡିଶା ଛାଡିବା ପରେ ରାତିର ପାରଦ ତଳକୁ ଖସିଛି । ଗତକାଲି ରାତିରେ ଦାରିଙ୍ଗବାଡିରେ ରାଜ୍ୟର ସର୍ବ
ନିମ୍ନ ତାପମାତ୍ରା ୧୭, ୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୮. ୫ ଡିଗ୍ରୀ ରହିଥିଲା । ଏଥିସହ ସମସ୍ତ ସହର ରାତିର ତାପମାତ୍ରା ୨୫ ଡିଗ୍ରୀ ତଳକୁ ଚାଲି ଆସିଛି । ଦିନର ତାପମାତ୍ରାରେ ମଧ୍ୟ କିଛିଟା ତଫାତ ପରିଲକ୍ଷତ ହୋଇଛି । ମେଧୁଆ ପାଗ ଲାଗି ରହିଥିବାରୁ ଆଜି ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରାରେ ୩୦ ଡିଗ୍ରୀ ତଳକୁ ଖସିଛି । ସେହିପରି ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରୀ ରହିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଆସିଛି ।