30.1 C
Bhubaneswar
Monday, October 28, 2024
Homeଓଡିଶା ଗ୍ୟାସ ସିଲିଣ୍ଡର ଫାଟି ଜଳିଲା ୧୦ ବଖରା

 ଗ୍ୟାସ ସିଲିଣ୍ଡର ଫାଟି ଜଳିଲା ୧୦ ବଖରା

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ଖଲ୍ଲଲିକୋଟ ଥାନା କମଳାପଦର ଗାଁରେ ଗ୍ୟାସ ସିଲିଣ୍ଟର ଫାଟି ଘଟିଛି ଅଘଟଣ ।  ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ ବଖରା ଘର ଜଳିଯାଇଛି ।  ଏଭଳି ଦୁର୍ଦନୀୟ ଘଟଣା  ଆଜି ଭୋରରୁ ୪ଟା ସମୟରେ ଘଟିଛି ।
ଆଜି ଭୋର ୪ଟା ସମୟରେ  ହଠାତ ଜଣଙ୍କ ଘରେ ଏକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଫଳରେ ନିଆଁ ଜଳିବା ସହିତ  ଆଖିପିଛୁଳାକେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।  ଏହି ଅଗ୍ନିକାଣ୍ଡ ଯୋଗୁଁ  ୪ ଜଣଙ୍କ ୧୦ ବଖରା ଘର ସମେତ ସମସ୍ତ ଆସବାବ ପତ୍ର ଜଳି ପାଉଁଶ ହୋଇଯାଇଥିଲା ।  ଖବର ପାଇ  ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ବାସହୀନ ପରିବାରକୁ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking