30.1 C
Bhubaneswar
Monday, October 28, 2024
Homeଓଡିଶାସମ୍ୱଲପୁରରେ ମୋ ବସ୍‌ ବନ୍ଦ

ସମ୍ୱଲପୁରରେ ମୋ ବସ୍‌ ବନ୍ଦ

ସମ୍ବଲପୁର : ସମ୍ବଲପୁର ସହରରେ ମୋ ବସ୍ ସେବା ବନ୍ଦ । ବିଭିନ୍ନ ଦାବିନେଇ ସୋମବାର ମୋ ବସ୍‌ ବନ୍ଦ ଡାକରା ଦେଇଛନ୍ତି ବସ୍‌ର କର୍ମଚାରୀଗଣ । ଅନେକ ସମୟରେ ଦରମା କାଟ ହେଉଥିବାରୁ ଧାରଣାରେ ବସିଲେ ମହିଳା କର୍ମଚାରୀ । ସମ୍ୱଲପୁର ସହରରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ସମ୍ୱଲପୁରରେ ସୋମବାର ମୋ ବସ୍ ବନ୍ଦ ଡାକରା ଦେଇଛନ୍ତି ବସ୍‌ର କର୍ମଚାରୀଗଣ । ବସ୍‌ରେ ପ୍ରବଳ ଭିଡ଼ ହେଉଥିବାରୁ ଟିକେଟ କାଟିବାକୁ ଅସୁବିଧା ସହ ଆହୁରି ଅନେକ ସମସ୍ୟା ସମାଧାନ ପାଇଁ ମୋ ବସ୍‌ ସେବା ବନ୍ଦ କରାଯାଇଛି । ଏହା ସହ ଅନେକ ସମୟରେ ଦରମା କାଟ ହେଉଥିବାରୁ ଧାରଣାରେ ବସିଛନ୍ତି ମହିଳା କର୍ମଚାରୀ । ଏହି ସମସ୍ତ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ମୋ ବସ୍‌ ସେବା ବନ୍ଦ ରହିବ ବୋଲି କର୍ମଚାରୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking