27.1 C
Bhubaneswar
Sunday, October 27, 2024
Homeଓଡିଶାଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି  ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା

ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି  ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା

ବ୍ୟୁରୋ : ବ୍ଲକରେ ମୋଟ ୨୭ ହଜାର ୫୪୬ ଜଣ  ଭତ୍ତା ପାଉଥିବା ବେଲେ ସେଥି ମଧ୍ୟରୁ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ୨୨୦ ।  ବ୍ଲକ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା  ବିଏସଏସଓ ଧମେନ୍ଦ୍ର  କୁମାର ସାହୁ  ଉପଜିଲ୍ଲାପାଳଙ୍କ ନିକଟରେ ଟ୍ୟାମ୍ପରିଙ୍ଗ କରି ବେଆଇନ ଭାବେ ୨୨୦ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଯାହାର ମୂଲ୍ୟ ପାକାପାଖି ୨୦ ଲକ୍ଷରୁ ଅଧିକ ହେବ । ଯାହାକୁ ନେଇ ବିଞ୍ଝାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ବିଡିଓ ଦ୍ୱେବିନ୍ଦୁ କୁମାର ଦାସ । ଅନ୍ୟପଟେ ଏହି ଘଟଣା  ସାମ୍ନାକୁ ଆସିବା ପରେ ସ୍ଥାନୀୟ ବିଡିଓ ଏହି ଅଯୋଗ୍ୟ ହିତାଧିକାରୀମାନଙ୍କ  ଭତ୍ତା ଚଳିତମାସ ବନ୍ଦ କରିଛନ୍ତି । ତେବେ ଏହାର ସଠିକ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀମାନଙ୍କ ନାମ କାଟିବା ସହିତ ଦୁର୍ନୀତି କରିଥିବା ଅଧିକାରୀଙ୍କ ପ୍ରତି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ  ଜନସାଧାରଣ ମାନେ ଦାବି କରିଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking