23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶ୧୯ ଦିନର ଶିଶୁକୁ ପାଣି ଟାଙ୍କିରେ ବୁଡ଼ାଇ ହତ୍ୟା କଲା ମାଆ

୧୯ ଦିନର ଶିଶୁକୁ ପାଣି ଟାଙ୍କିରେ ବୁଡ଼ାଇ ହତ୍ୟା କଲା ମାଆ

ନୂଆଦିଲ୍ଲୀ: ଅନ୍ଧବିଶ୍ୱାସ ଯୋଗୁଁ ୧୯ ଦିନର ଶିଶୁକୁ ପାଣି ଟାଙ୍କିରେ ବୁଡ଼ାଇ ହତ୍ୟା କଲା ଜନ୍ମକଲା ମାଆ। ତେବେ ରାଜସ୍ଥାନର ସିକରରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏନେଇ ପୋଲିସ ଅଭିଯୁକ୍ତ ମା’କୁ ଗିରଫ କରିଛି। ଏହି ଘଟଣା ସିକରର ଜେଲୋ ଗାଁର ନା ବସ୍ତିରେ ଘଟିଛି। ଏନେଇ ଏଏସପି ଗିରିଧାରୀ ଲାଲ ଶର୍ମା କହିଛନ୍ତି ଯେ, ମହିଳାଙ୍କ ଆଚରଣ ଯୋଗୁଁ ସନ୍ଦେହ ହୋଇଥିବାରୁ ତାଙ୍କୁ ପଚରାଉଚରା କରାଯାଇଥିଲା । ଯାହପରେ ମହିଳା ଜଣକ ନିଜ ଅପରାଧ ସ୍ୱିକାର କରିଛନ୍ତି ।

ତେବେ ଯେତେବେଳେ ସେ ମହିଳାଙ୍କୁ ତାଙ୍କ ପିଲାକୁ କାହିଁକି ହତ୍ୟା କଲା ବୋଲି ପଚାରିଥିଲେ। ସେତେବେଳେ ମହିଳା ଜଣକ କହିଥିଲେ ଯେ , “ମଙ୍ଗଳବାର ରାତିରେ ମୁଁ ଶିଶୁକୁ ନେଇ ଶୋଇଥିଲି। ଧଳା ଶାଢୀ ପିନ୍ଧିଥିବା ଜଣେ ମହିଳା ମୋ ସ୍ୱପ୍ନରେ ଆସିଲେ ଏବଂ ତାଙ୍କ ପୁଅ ଭଲ ନୁହେଁ ବୋଲି କହିଥିଲେ। ତାଙ୍କୁ ହତ୍ୟା କରିବାକୁ ପଡିବ। ତା’ପରେ ସେ ଅଦୃଶ୍ୟ ହୋଇଗଲେ। ” ଯାହା ପରେ ମହିଳା ଜଣକ ଭୟଭୀତ ହୋଇପଡିଥିଲେ । ଏହାପରେ ସେ ନିଜ ପିଲାକୁ ଉଠାଇ କୋଠରୀ ବାହାରେ ଥିବା ପାଣି ଟାଙ୍କିରେ ରଖି ଫେରି ଆସି ତାଙ୍କ ବିଛଣାରେ ପୁଣି ଶୋଇପଡିଥିଲେ। ତେବେ ଘଟଣାର ପରଦିନ ମୃତଦେହ ପାଣି ଟାଙ୍କିରେ ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ଶିଶୁର ପିତା କୃଷ୍ଣ କୁମାର ରାଜସ୍ଥାନର ରତନଗଡରେ ଅଗ୍ନିଶମ ବିଭାଗରେ କାର୍ଯ୍ୟ କରନ୍ତି। ସେ କହିଛନ୍ତି ଯେ ମୃତ ଜଣକ ସେମାନଙ୍କର ପ୍ରଥମ ସନ୍ତାନ, ଆଠ ବର୍ଷ ପରେ ଜନ୍ମ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking