25.1 C
Bhubaneswar
Saturday, October 26, 2024
Homeଅପରାଧପିକ୍‌ନିକ୍ ସ୍ପଷ୍ଟରେ ସ୍ୱାମୀଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ ଗଣଦୁଷ୍କର୍ମ

ପିକ୍‌ନିକ୍ ସ୍ପଷ୍ଟରେ ସ୍ୱାମୀଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ ଗଣଦୁଷ୍କର୍ମ

ଭୋପାଳ: ମଧ୍ୟପ୍ରଦେଶର ରେୱା ଜିଲ୍ଲାର ଏକ ପ୍ରସିଦ୍ଧ ପିକ୍‌ନିକ୍ ସ୍ଥଳରେ ଜଣେ ନବବିବାହିତାଙ୍କୁ ତାଙ୍କ ସ୍ୱାମୀଙ୍କ ସାମ୍ନାରେ ଗଣଦୁଷ୍କର୍ମ କରାଯାଇଛି । ଏହି ଲଜ୍ଜାଜନକ ଘଟଣା ସୋମବାରର ଘଟିଛି । ପୀଡିତାଙ୍କ ଅଭିଯୋଗ ମୁତାବକ, ରେୱା ଜିଲ୍ଲା ମୁଖ୍ୟାଳୟଠାରୁ ୩୦ କିମି ଦୂର ଭୈରବ ବାବା ମନ୍ଦିରକୁ ସେମାନେ ସୋମବାର ଅପରାହ୍ନରେ ପୂଜାର୍ଚ୍ଚନା ଲାଗି ଯାଇଥିଲେ ।

ପୂଜା ସରିବା ପରେ ସେମାନେ ଏକ ସ୍ଥାନରେ ବସିଥିବାବେଳେ ୮ ଜଣ ନିଶାସକ୍ତ ଲୋକ ସେଠାକୁ ଆସି ତାଙ୍କ ସ୍ୱାମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ବାଡ଼େଇଥିଲେ । ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଦୁର୍ବୃତ୍ତମାନେ ସେହି ଘଟଣାର ଭିଡିଓ ବନାଇଥିବାବେଳେ ପୁଲିସ ନିକଟରେ ଅଭିଯୋଗ କଲେ ତାକୁ ସୋସିଆଲ୍ ମିଡିଆରେ ପ୍ରଘଟ କରିଦେବାକୁ ସେମାନଙ୍କୁ ଧମକ ବି ଦେଇଥିଲେ ।

ଅଭିଯୁକ୍ତଙ୍କ ମଧ୍ୟରୁ ଜଣକର ହାତ ଓ ଛାତିରେ ଟାଟୁ ଥିବା ସେ ଦର୍ଶାଇଥିଲେ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଏହି କାଣ୍ଡରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଜେରା ପରେ ସେମାନେ ନିଜର ଦୋଷ ସ୍ୱୀକାର କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କର ସନ୍ଧାନ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking