ଭୁବନେଶ୍ୱର : ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ । ୟୁଜିସିର ଲୋଗେୁ କିମ୍ବା ନାମକୁ ଅନାଧିକୃତ ଭାବେ ବ୍ୟବହାର କରୁଥିଲେ ଏବେଠୁ ସାବଧାନ ହୁଅନ୍ତୁ । ଏପରି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନେବେ ୟୁଜିସି । ଏପରି କଡା ଚେତାବନୀ ୟୁଜିସି ପକ୍ଷରୁ ଦିଆଯାଇଛି ।ୟୁଜିସି ପକ୍ଷରୁ ଚିଠି ମାଧ୍ୟମରେ ଉଲ୍ଲେଖ କରାଯାଇଛି । ୟୁଜିସିର ଲୋଗୋ ଏବଂ ନାମକୁ ଅନେକ ସମୟରେ ଅସାଧୁ ବ୍ୟକ୍ତି , ଶିକ୍ଷାନୁଷ୍ଠାନ ଅନଧିକୃତ ଭାବେ ବ୍ୟବହାର କରୁଛନ୍ତି । ୟୁଜିସିର ଦୃଷ୍ଟିକୁ ଏପରି ଅନେକ ଅଭିଯୋଗ ଆସିଛି । ଯେଉଁଥିରେ କିଛି ଅସାଧୁ ବ୍ୟକ୍ତି, ଶିକ୍ଷାନୁଷ୍ଠାନ ୟୁଜିସିର ବିନା ଅନୁମୋଦନରେ ୟୁଜିସିର ଲୋଗୋ ବ୍ୟବହାର କରି ଏଥିରେ ବିଭିନ୍ନ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ଯେଉଁଥିରେ ବିଭିନ୍ନ ପାଠ୍ୟକ୍ରମ , ନାମଲେଖା ସମ୍ପର୍କିତ ତଥ୍ୟ ପ୍ରଦାନ କରୁଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ପଡୁଛନ୍ତି । ଆଗକୁ ଏପରି ନକରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି । ଯଦି ଏପରି ବିଶୃଙ୍ଖଳା ଦେଖବାକୁ ମିଳେ ଟ୍ରେଡ ମାର୍କ ଆକ୍ଟ ଉଲ୍ଲଙ୍ଘନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।