ବ୍ୟୁରୋ : ବାଣ ବିସ୍ଫୋରଣରେ ଉଡିଲା ଘର । ନୟାଗଡ ଜିଲ୍ଲା ଭାପୁର ବ୍ଲକ ତରବାଲୋ ଗାଁରେ ବେଆଇନ ଭଆବରେ ବାଣ ପ୍ରସ୍ତୁତ କରୁଥିବା ବେଲେ ବିସ୍ଫୋରଣ ହେବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ବଆଣ ବିସ୍ଫୋରଣରେ ତାଙ୍କ ଘର ସମ୍ପୁର୍ଣ୍ ନଷ୍ଟ ହୋଇଯାଇଛି । ବାଣ ପ୍ରସ୍ତୁତ କରୁଥିବା ଧନେଶ୍ୱର ଦଳେଇ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ଦେହରେ ପ୍ରାୟ ୬୦ ପ୍ରତିଶତ ପୋଡିଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି ।