26.1 C
Bhubaneswar
Saturday, October 26, 2024
Homeଓଡିଶାଫୁଲୁଢି ବୁଢାବଳଙ୍ଗ ନଦୀର ଜଳସ୍ତର : ବିପଦ ସଙ୍କୁଳ ଅବସ୍ଥାରେ ଲୋକେ

ଫୁଲୁଢି ବୁଢାବଳଙ୍ଗ ନଦୀର ଜଳସ୍ତର : ବିପଦ ସଙ୍କୁଳ ଅବସ୍ଥାରେ ଲୋକେ

ବ୍ୟୁରୋ : ଫୁଲୁଛି ବୁଢାବଳଙ୍ଗ ନଦୀର ଜଳସ୍ତର । ଉପରମୁଣ୍ଡରେ  ଅତ୍ୟଧିକ ବର୍ଷା ପାଇଁ ବଢି ବଢି ଚାଲିଛି  ବୁଢା ବଳଙ୍ଗର ଜଳସ୍ତର । ଯେ କୌଣସି ପରିସ୍ଥିତିରେ  ବିପଦ ସଙ୍କେତ ଲଙ୍ଘିପାରେ ବୁଢାବଳଙ୍ଗ ।  ଶିମିଳିପାଳର ଆଭ୍ୟନ୍ତରୀଣ  ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ । ବରେହିପାଣିରେ ସର୍ୱାଧିକ ୧୭୪.୪୮୯ ମିଲିମିଟର ବର୍ଷା ରେକର୍ଡ କରିଛି । ଫଳରେ ବୁଢାବଳଙ୍ଗ ନଦୀର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ବାରିପଦା ସହରର  ମଧୁବନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜୁଛି । ବୁଢାବଳଙ୍ଗର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ  ନଦୀକୂଳିଆ ଅଞ୍ଚଳରେ  ବସବାସ କରୁଥିବା ବାରିପଦା ମ୍ୟୁନିସିପାଲଟିର ୭,୮,୯ ନମ୍ବର ୱାର୍ଡ ରେ ବସବାସ କରୁଥିବା କିଛି ଲୋକଙ୍କ ଘରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଛି ।
https://www.youtube.com/watch?v=ABmY35uHaOk

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking