25.1 C
Bhubaneswar
Friday, October 25, 2024
Homeଦେଶ ବିଦେଶପ୍ରତିଶୋଧ ନେଉଛି ନାଗିନ୍‌! ଖୋଜି ଖୋଜି ମାରୁଛି ଚୋଟ, ୩ ମୃତ

ପ୍ରତିଶୋଧ ନେଉଛି ନାଗିନ୍‌! ଖୋଜି ଖୋଜି ମାରୁଛି ଚୋଟ, ୩ ମୃତ

ଲକ୍ଷ୍ନୌ: ପ୍ରତିଶୋଧ ନେଉଛି ନାଗିନ୍ । ଗାଁରେ ଲୋକଙ୍କୁ ଖୋଜି ଖୋଜି ମାରୁଛି ଚୋଟ । ଏ କୌଣସି ଫିଲ୍ମ ଟିଭିର କାହାଣୀ ନୁହେଁ ଏହା ସମ୍ପୂର୍ଣ୍ଣ ସତ ଘଟଣା । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଉଛି । ଫିଲ୍ମ ଏବଂ ଟିଭି ଷ୍ଟାଇଲରେ ଦେଖୁଥିବା ଦୃଶ୍ୟ ଏବେ ଘଟୁଛି ବାସ୍ତବରେ । ଏହି ନାଗିନ୍ ଜଣେ କି ଦୁଇ ଜଣଙ୍କୁ ନୁହେଁ ଗୋଟେ ଗୋଟେ କରି ୫ ଜଣଙ୍କୁ ଦଂଶନ କରିସାରିଲାଣି । ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଅବସ୍ଥିତ ସଦରପୁର ଗାଁର ନାଗିନର ପ୍ରତିଶୋଧ ଖବର ଏବେ ସାମ୍ନାକୁ ଆସିଛି । ଯେଉଁଥିପାଇଁ ଏବେ ଗ୍ରାମବାସୀ ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି କାରଣ ଏହି ଗାଁରେ ଏକ ବିଷାକ୍ତ ନାଗିନ୍ ର ଉପସ୍ଥିତି ରହିଛି ବୋଲି କୁହାଯାଏ । କୁହାଯାଉଛି ଯେ ସନ୍ଧ୍ୟା ହେବା ମାତ୍ରେ ସର୍ପ ନିଜ ଗାତରୁ ବାହାରି ଗ୍ରାମବାସୀଙ୍କୁ ଶିକାର କରିଥାଏ । ଗତ କିଛି ଦିନ ତଳେ ଏହି ସାପ ୫ ଜଣଙ୍କୁ କାମୁଡ଼ି ଦେଇଛି, ସେଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଠାରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସଦରପୁର ଗାଁର ଲୋକଙ୍କ କହିବାନୁସାରେ, ସେହି ଅଞ୍ଚଳରେ ଏକ ନାଗିନ ନିଜର ପ୍ରତିଶୋଧ ନେଉଛି ।

ନିକଟରେ ଏହି ସାପ ଗୋଟିଏ ଘରେ ସୋଇଥିବା ମାଆ, ପୁଅ ଏବଂ ଝିଅକୁ କାମୁଡ଼ି ଦେଇଥିଲା, ଯେଉଁଥିପାଇଁ ସେହି ସମୟରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ଏହି ୩ ଜଣଙ୍କ ମୃତ୍ୟୁକୁ ଭୁଲି ପାରି ନଥିଲେ କିନ୍ତୁ ଠିକ ଏହାର କିଛି ଦିନ ପରେ ଏହି ସାପ ଆଉ ଜଣେ ଯୁବକ ଏବଂ ଗାଁର ଜଣେ ମହିଳାଙ୍କୁ କାମୁଡ଼ିଥିଲା । ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଉଭୟଙ୍କ ଜୀବନ ରକ୍ଷା କରାଯାଇଥିଲା । ସେହିଭଳି ଆଉ ଜଣେ ଯୁବକ ଏବେ ନିଜ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ନାଗିନର ପ୍ରତିଶୋଧର ଭୟ ଏବେ ହାପୁରର ସଦରପୁର ଗାଁ ଲୋକଙ୍କର ନିଦ ହଜାଇଦେଇଛି । ବର୍ତ୍ତମାନ ସାପକୁ ଧରିବା ପାଇଁ ବନ ବିଭାଗର ଟିମ୍ ନିୟୋଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking