ବ୍ୟୁରୋ: ଗତ କିଛି ଦିନ ହେବ ଅନେକ ଭାରତୀୟ ଜାତୀୟ ଓ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳୁଥିବା ବେଳେ ନିକଟରେ ତିରୁପତି ମନ୍ଦିରକୁ ବି ସମାନ ଧମକ ମିଳିଛି । ତିରୁପତି ମନ୍ଦିର ପରିସରରେ ଥିବା ଅନେକ ହୋଟେଲକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିବା ସୂଚନା ରହିଛି । ଏହି ଧମକକୁ ଜବାବ ଦେଇ ପୁଲିସ ଏବଂ ପୁଲିସ କୁକୁରମାନେ ହୋଟେଲଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲେ । ଯାହା ନିଶ୍ଚିତ କରିଛି ସେପରି କୌଣସି ବିପଦ ନାହିଁ । କୌଣସି ପ୍ରକାରର ସନ୍ଦେହ ଜନକ ସାମଗ୍ରୀ ଉଦ୍ଧାର ନହେବାରୁ ସ୍ପଷ୍ଟ ହୋଇଛି ଯେ ଏହା ଏକ ମିଥ୍ୟା ଧମକ ଥିଲା । କେବଳ ଆତଙ୍କ ସୃଷ୍ଟି କରିବା ପାଇଁ କେହି ଜଣେ ଏପରି ଧମକ ଦେଇଛନ୍ତି । ଏହି ଇମେସ ଡ୍ରଗ କିଙ୍ଗପିନ ଜାଫର ସିଦିକଙ୍କ ନାମ ଉଲ୍ଲେଖ କରାଯାଇଛି ଯିଏକି ଚଳିତ ବର୍ଷ ଫେବୃଆରୀ ମାସରେ ଗିରଫ ହୋଇଥିଲେ । ଏହି ଧମକର କାରଣ କଣ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରୁଛି ।