23.1 C
Bhubaneswar
Monday, January 19, 2026
Homeଅପରାଧସାଙ୍ଗମାନଙ୍କ ସହ ମିଶି ମା’ଙ୍କୁ ମାରିଦେଲା ପୁଅ

ସାଙ୍ଗମାନଙ୍କ ସହ ମିଶି ମା’ଙ୍କୁ ମାରିଦେଲା ପୁଅ

ଗାଜିଆବାଦ : ଯାହାକୁ ଅନ୍ତଚିରି ଜନ୍ମ ଦେଇଥିଲା, ସେ ହିଁ ସାଜିଲା ଶୈତାନ। ଯାହାକୁ କଷ୍ଟ କରି ମଣିଷ କରିଥିଲା, ସେ ହିଁ ଶେଷରେ ନେଇଗଲା ଜୀବନ। ସାମାନ୍ୟ ୨୦ ହଜାର ଟଙ୍କା ପାଇଁ ନିଜ ମା’ଙ୍କୁ ହତ୍ୟା କରିଛି ଭେଣ୍ଡିଆ ପୁଅ। ଏହି ହତ୍ୟାକାଣ୍ଡରେ ପୁଅକୁ ତା’ର ୨ ଜଣ ବନ୍ଧୁ ମଧ୍ୟ ସହଯୋଗ କରିଛନ୍ତି। ପୁଲିସ ଏବେ ଘଟଣାର ତଦନ୍ତ କରି ସମସ୍ତଙ୍କୁ ଗିରଫ କରିଛି। ପ୍ରାୟ ୩ ସପ୍ତାହ ତଳେ ଗାଜିଆବାଦରୁ ଜଣେ ବୟସ୍କ ମହିଳାଙ୍କ ମୃତଦେହ ମିଳିଥିଲା। ପୁଲିସ୍ ଏହାର ତଦନ୍ତ କରି ମହିଳାଙ୍କ ପୁଅ ଓ ତା’ର ଦୁଇ ଜଣ ବନ୍ଧୁଙ୍କୁ ଗିରଫ କରିଛି। ଗିରଫ ପରେ ସମସ୍ତଙ୍କୁ ଜେଲ ହାଜତକୁ ପୁଲିସ ପଠାଇ ଦେଇଛି। ପୁଲିସ୍ କହିଛି ଯେ ଅକ୍ଟୋବର ୪ ତାରିଖ ସକାଳେ ଗାଜିଆବାଦର ଟ୍ରୋନିକା ସିଟି ଅଞ୍ଚଳରୁ ୪୭ ବର୍ଷୀୟ ସଙ୍ଗୀତା ତ୍ୟାଗୀଙ୍କ ମୃତଦେହ ମିଳିଥିଲା। ଏହାର ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସଙ୍ଗୀତାଙ୍କ ପୁଅ ସୁଧୀର ଏକାଧିକ ଲୁଟ ଓ ଅପରାଧିକ ଘଟଣାର ଅଭିଯୁକ୍ତ। ସେ ସବୁବେଳେ ନିଶା ଖାଏ ଓ ବିଭିନ୍ନ କାର୍ଯ୍ୟକ୍ରମରେ ବେଳେବେଳେ ଡିଜେ ବଜାଇ ଥାଏ। ସଙ୍ଗୀତା ଗୋଟିଏ ଛୋଟ କପଡ଼ା ଦୋକାନରେ କାମ କରନ୍ତି। ପୁଲିସ ମୃତଦେହକୁ ଠାବ କରିବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହି ସମୟରେ ସୁଧୀର ସମ୍ପର୍କରେ ସୂଚନା ମିଳିଥିଲା। ତାକୁ ଜେରା କରାଯିବାରୁ ସେ ସବୁ ସତ ମାନିଥିଲା। ଏହାପରେ ତା’ର ଦୁଇ ବନ୍ଧୁ ଅଙ୍କିତ ଓ ସଚିନଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking