29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବ୍ରିକ୍ସ ସମ୍ମିଳନୀରେ ସୀମା ଚୁକ୍ତିକୁ ସ୍ବାଗତ କଲେ ମୋଦୀ ଓ ଜିନ୍‌ପଙ୍ଗ୍‌

ବ୍ରିକ୍ସ ସମ୍ମିଳନୀରେ ସୀମା ଚୁକ୍ତିକୁ ସ୍ବାଗତ କଲେ ମୋଦୀ ଓ ଜିନ୍‌ପଙ୍ଗ୍‌

ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ନିକଟରେ ହୋଇଥିବା ଚୁକ୍ତିନାମାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଆଲୋଚନା କରିଛନ୍ତି। ମୋଦୀ ବୁଧବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ କହିଛନ୍ତି ଯେ ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଦୁଇ ଦେଶ ପାଇଁ ପ୍ରାଥମିକତା ହେବା ଉଚିତ୍। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ “ଆମର ବିଶ୍ୱାସ ଯେ ଭାରତ-ଚୀନ୍ ସମ୍ପର୍କ କେବଳ ଆମ ଲୋକଙ୍କ ପାଇଁ ନୁହେଁ, ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ପ୍ରଗତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଗତକାଲି ବୈଠକ ସରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, “କାଜାନ୍ ବ୍ରିକ୍ସ ସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଲି। ଆମ ଦେଶର ଲୋକଙ୍କ ପାଇଁ ତଥା ଆଞ୍ଚଳିକ ତଥା ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ-ଚୀନ୍ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ପାରସ୍ପରିକ ବିଶ୍ୱାସ, ପାରସ୍ପରିକ ସମ୍ମାନ ଏବଂ ପାରସ୍ପରିକ ସମ୍ବେଦନଶୀଳତା ଦ୍ୱିପାକ୍ଷିକ ସମ୍ପର୍କକୁ ମାର୍ଗଦର୍ଶନ କରିବ।’’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking