16.1 C
Bhubaneswar
Tuesday, February 10, 2026
Homeଓଡିଶାଟାଟାର ୩ ଖଣିରେ ୨ମାସ ପାଇଁ ୧୬୩ ଧାରା ୨ଟିଯାକ ଆନ୍ଦୋଳନ ସ୍ଥଳରେ ପୋଲିସ ପଇଁତରା

ଟାଟାର ୩ ଖଣିରେ ୨ମାସ ପାଇଁ ୧୬୩ ଧାରା ୨ଟିଯାକ ଆନ୍ଦୋଳନ ସ୍ଥଳରେ ପୋଲିସ ପଇଁତରା

ଯାଜପୁର: ନିର୍ବାଚନ ପରେ ସୁକିନ୍ଦା ଖଣି ଉପତ୍ୟକା ରେ ଶ୍ରମିକ ଅଶାନ୍ତୀ ବୃଦ୍ଧି ପାଇଛି l ଶ୍ରମିକ ମାନଙ୍କ ନାର୍ଯ୍ୟ ଦାବି ପ୍ରତି ବିଭନ୍ନ ଲିଯି ଧାରୀ କମ୍ପାନୀ କର୍ତ୍ରୁ ପକ୍ଷ ବିଶେଷ ଧାନ୍ୟ ଦେଉନାହାନ୍ତି l ଯାହା ଫଳ ରେ ଶ୍ରମିକ ମାନଂକ ମଧ୍ୟ୍ୟ ରେ ଅଶାନ୍ତି ଦେଖା ଯାଉଚି l ନିଜର ହକ୍ ପାଇଁ ରାଜ ରାସ୍ତା କୁ ଓହ୍ଲାଇବl ପାଇଁ ଶ୍ରମିକ ସଙ୍ଗଠନ ପକ୍ଷ ରୁ ଶାନ୍ତି ପୂର୍ଣ୍ଣ ଅନ୍ଧୋଲନ ପାଇଁ କଂପାନୀ କର୍ତୁ ପକ୍ଷ ଙ୍କୁ ଦାବି ପୁରଣ ପାଇଁ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି l କମ୍ପାନୀ କତ୍ତୁପକ୍ଷ ପ୍ରଶାସନ ର ସହାୟତା ଲୋଡିଛନ୍ତି l ସରକାର ବଦଳିବା ପରେ ବିଜେପି ଓ ବିଜେଡ଼ି ଶ୍ରମିକ ମାନଙ୍କ ମଧ୍ୟ ରେ ଛକl ପଞ୍ଜା ଚାଲିଛି ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣି ଉପତ୍ୟକା ରେ ଶାନ୍ତି ରଖିବାପାଇଁ 163ଧାରା ଲାଗୁ କରିଚନ୍ତି ସଭା ସମିତି ଧାରଣା ଉପରେ ରୋକ ଲଗାଇଛନ୍ତିl ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଟାଷ୍ଟିଲର ୩ଟିଯାକ ଖଣି ସୁକିନ୍ଦା, ସାରୁଆବିଲ ଓ କମର୍ଦ୍ଦା କ୍ରୋମାଇଟ୍‌ ଖଣିରେ ମଙ୍ଗଳବାର ରାତି ଠାରୁ ୨ ମାସ ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ର ୧୬୩ ଧାରା ଲାଗୁ କରାଯାଇଛି। ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ପକ୍ଷରୁ ଗତ 22 ତାରିଖ ଠାରୁ ପ୍ରସ୍ତାବିତ ସୁକିନ୍ଦା ଓ କମର୍ଦ୍ଦା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ପାଇଁ ଜାରି ରହିଥିବା ଆନ୍ଦୋଳନ ଓ ଗଣଧାରଣା ସ୍ଥଳରେ ପୁଲିସ ପଇଁତରା ମାରୁଥିବା ଦେଖାଯାଇଛି। କଳିଙ୍ଗନଗର ଏଏସ୍‌ପି ସିଲଭେରିଅସ୍ ଟପ୍ପୋଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନେତୃତ୍ବରେ ୨ ପ୍ଲାଟୁନ ସଶସ୍ତ୍ର ପୁଲିସ ବାହିନୀ ଖଣିଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ‌ରେ ଭାଗଭାଗ ହୋଇ ସଜାଗ ଥିବା ଦେଖାଯାଇଛି। କାଳିଆପାଣି ଖଣିଅଞ୍ଚଳରେ ଶ୍ରମିକ ଆନ୍ଦୋଳନ ପରିପ୍ରେକ୍ଷୀରେ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡି ଓ ଏସ୍‌ପି ଯଶ ପ୍ରତାପ ଶ୍ରୀମଲଙ୍କ ସମୀକ୍ଷା ପରେ କର୍ଫ୍ୟୁ ନିଷ୍ପତ୍ତି ନିଆଯାଇଥିଲା। କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ପକ୍ଷରୁ ମିସ୍ କେସ୍ ନମ୍ବର ୧୯୯/୨୦୨୪ ଓ ସ୍ବତନ୍ତ୍ର ନିର୍ଦ୍ଦେଶନାମା ନମ୍ବର ୩୬୪୩/୨୧-୧୦-୨୦୨୪ ଆଧାରରେ ଆସନ୍ତା ଡିସେମ୍ବର ମାସ ୨୦ ତାରିଖ ଉକ୍ତ ୩ ଖଣି ଫାଟକରେ ପ୍ରଶାସନିକ କଟକଣା ବଳବତ୍ତର ରହିବ। ଆନ୍ଦୋଳନ ସ୍ଥଳ କାନ୍ଥରେ ଏ ସଂପର୍କିତ ନୋଟିସ ଲଗା ଯାଇଛି। ଡାକବାଜି ଯନ୍ତ୍ର ଯୋଗେ ପୁଲିସ ବୁଲିବୁଲି ଏ ନେଇ ପ୍ରଚାର କରୁଥିବା ଦେଖାଯାଇଛି। ସମ୍ବେଦନଶୀଳ ସ୍ଥାନରେ ୫ ଜଣରୁ ଅଧିକ ବ୍ୟକ୍ତି ସମାଗମ ଉପରେ ନିଷେଧାଜ୍ଞା ଲଗାଯାଇଛି। ପ୍ରଶାସନର ଏହି ନିଷ୍ପତ୍ତି ପ୍ରତିବାଦରେ ଶ୍ରମିକସଂଘ ପକ୍ଷରୁ କଅଁସ ଆମ୍ବତୋଟାରେ ଅନୁଷ୍ଠିତ ଜରୁରି ବୈଠକରେ ସଭାପତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭଗବତୀ ମହାନ୍ତ, ବିଶ୍ବଜିତ ମହାନ୍ତି, ଆଶିଷ କୁମାର ଜେନା ପ୍ରମୁଖ ଯୋଗଦେଇ ଆଗାମୀ ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ୩ ଖଣିକୁ ପୁନଃ କାର୍ଯ୍ୟକ୍ଷମ ଓ ଛଟେଇ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବିରେ ଶ୍ରମିକସଂଘ ପକ୍ଷରୁ ଗତକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ୨ ଖଣି ସମ୍ମୁଖରେ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଜାରି ରହିଥିଲା। ଶ୍ରମିକସଂଘ ଓ ଟାଟାଷ୍ଟିଲ କର୍ତ୍ତୃପକ୍ଷ ମଧ୍ୟ‌ରେ ଗତକାଲି ଅନୁଷ୍ଠିତ ଦ୍ବିପାକ୍ଷିକ ସମାଧାନ ବୈଠକ ବିଫଳ ହୋଇଥିଲା। ଏଣୁ ବିନା ରୋଜଗାରରେ ୪ ମାସ ଧରି ଛଟେଇ ହୋଇରହିଥିବା ଶ୍ରମିକ ଅଶାନ୍ତି ଓ ଅସନ୍ତୋଷର ପ୍ରତିଫଳନ ଆଶଂକା ରହିଥିଲା। ସୂଚନାଯୋଗ୍ୟ ଯେ, ଖଣିଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଦର୍ଶାଇ ଶ୍ରମିକସଂଘ ପକ୍ଷରୁ ଗତ ଜୁଲାଇ ମାସ ପହିଲାରେ ୧୨ ଘଣ୍ଟିଆ ବନ୍ଦ୍ ଡାକରା ଦିଆଯାଇଥିଲା। ଏହା ପରଦିନ କାଳିଆପାଣିରେ ଶାସକ ବିଜେପି ପକ୍ଷରୁ ବିଶାଳ ଧନ୍ୟବାଦ ସମାବେଶ ଅନୁଷ୍ଠିତ ହେବାକୁ ଥିଲା। ଏଣୁ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଂକାରେ ଗତ ଜୁନମାସ ୩୦ ତାରିଖ ମଧ୍ୟରାତ୍ରରେ ୧୫ ଦିନ ପାଇଁ ଆଇପିସିର ପୂର୍ବ ପ୍ରଚଳିତ ୧୪୪ ଧାରା(ଏବେ ବିଏନ୍‌ଏସ୍‌-୧୬୩) ଲାଗୁ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking